Advertisment

ମଶାଣିରେ ଶବ ଦାହ ବେଳେ ଆକ୍ରମଣ କଲେ ମହୁମାଛି; ୧୫ ଆହତ

ମଶାଣିରେ ଶବ ଦାହ ବେଳେ ଉଡ଼ି ଆସିଲେ ଶହଶହ ମହୁମାଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
undefined

Bee attack

ମଶାଣିରେ ଶବ ଦାହ ବେଳେ ଉଡ଼ି ଆସିଲେ ଶହଶହ ମହୁମାଛି। ଗୋଡ଼େଇ ଗୋଡ଼େଇ ସମସ୍ତଙ୍କୁ କରିଥିଲେ ଆକ୍ରମଣ। ମହୁମାଛି ଆକ୍ରମଣରେ ୧୫ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

Advertisment

ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ଡେମୁରିଆ ଗ୍ରାମରେ ଏହି ଘଟଣା ଘଟିଛି। ୪ ଜଣ ଗୁରୁତରଙ୍କୁ ଜଳେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଗ୍ରାମର ଅନନ୍ତ ଜେନାଙ୍କର ମୃତ୍ୟୁ ଘଟିଥିଲା। ଆଜି ସକାଳେ ଗ୍ରାମବାସୀମାନେ ଶବ ଦାହ କରିବା ପାଇଁ ତାଙ୍କ ମୃତଦେହକୁ ମଶାଣିକୁ ଯାଇଥିଲେ। ଏହି ସମୟରେ ଶହଶହ ମହୁମାଛି ଉଡ଼ିଆସି ଲୋକମାନଙ୍କୁ ଆକ୍ରମଣ କରିଥିଲେ। ଲୋକମାନେ ଶବ ଛାଡ଼ି ଜୀବନ ବିକାଳେ ଦୌଡ଼ି ପଳାଇ ଯାଇଥିଲେ। ମହୁମାଛି ଆକ୍ରମଣରେ ୧୫ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଅଗ୍ନିଶମ ବାହିନୀ ପହଞ୍ଚି ଧୂଆଁ ପ୍ରୟୋଗ କରି ମହୁମାଛିକୁ ଘଉଡାଇଛନ୍ତି।

Advertisment
Balasore Bees Attack