/odisha-reporter/media/post_attachments/uploadimage/library/16_9/16_9_0/Accident_1732258894.jpg)
Accident
ଭଦ୍ରକ ଜିଲ୍ଲା ୫୩ ନମ୍ବର ରାଜପଥର ବରପଦା ପେଟ୍ରୋଲ ପମ୍ପ ନିକଟରେ ସଡ଼କ ଦୁର୍ଘଟଣା ଘଟିଛି। ଯାତ୍ରୀବାହୀ ବସ୍ଟି ରାସ୍ତାକଡ଼ରେ ଛିଡ଼ା ହୋଇଥିବା ରୋଲରକୁ ଧକ୍କା ହେବାରୁ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
Advertisment
ଆଜି ସକାଳେ ବସ୍ଟି ୪୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଆନନ୍ଦପୁରରୁ ଭଦ୍ରକ ଅଭିମୁଖେ ଆସୁଥିଲା। ଏହି ସମୟରେ ବାଇକରେ ୨ ଜଣ ଯୁବକ ଆସି ବସକୁ ଓଭରଟେକ୍ କରିଥିଲେ। ପରେ ସେମାନେ ବସ୍ରେ ଆସି ପିଟି ହୋଇଯାଇଥିଲେ।
ବସ୍ ଡ୍ରାଇଭର ବାଇକ ଆରୋହୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ବସଟି ଭାରସାମ୍ୟ ହରାଇ ଖରାପ ହୋଇ ରାସ୍ତାକଡ଼ରେ ଠିଆ ହୋଇଥିବା ରୋଲରକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ୨ ବାଇକ୍ ଆରୋହୀ ସମେତ ୧୫ ଜଣ ଆହତ ହୋଇଥିଲେ। ଆହତମାନଙ୍କୁ ଉଦ୍ଧାର କରାଯାଇ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପୁଲିସ ବସ୍ ଓ ବାଇକକୁ ଜବତ କରି ଘଟଣାର ତଦନ୍ତ କରୁଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
