ଓଲଟିଲା ଯାତ୍ରୀବାହୀ ବସ୍; ୧୫ ଆହତ

ଆଜି ସକାଳେ ଯାତ୍ରୀବାହୀ ବସ୍‌ଟି ୫୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଭୁବନେଶ୍ୱରରୁ କୋଲକାତା ଅଭିମୁଖେ ଯାଉଥିଲା।

ଦୁର୍ଘଟଣା ଗ୍ରସ୍ତ ବସ୍‌

  • Published: Saturday, 08 June 2024
  • , Updated: 08 June 2024, 10:23 AM IST

‍‍ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍। ଦୁର୍ଘଟଣାରେ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ପଶ୍ଚିମବଙ୍ଗ ନାରାୟଣଗର ଜାତୀୟ ରାଜପଥର ୧୬ ନମ୍ବର ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତଙ୍କ ମଧ୍ୟରେ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ଆଜି ସକାଳେ ଯାତ୍ରୀବାହୀ ବସ୍‌ଟି ୫୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଭୁବନେଶ୍ୱରରୁ କୋଲକାତା ଅଭିମୁଖେ ଯାଉଥିଲା। ପଶ୍ଚିମବଙ୍ଗ ନାରାୟଣଗରର ଜାତୀୟ ରାଜପଥର ୧୬ ନମ୍ବର ନିକଟରେ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା।

ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରି ପ୍ରଥମେ ମକ୍ରମପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ମେଦିନପୁରକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣାରେ ୨ ଜଣ ଯାତ୍ରୀଙ୍କର ଗୋଡ଼ କଟିଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

Related story