ରାସ୍ତାକଡ଼କୁ ଓଲଟିଲା ବସ୍; ୧୫ ଆହତ

ବସ୍‌ରେ ୩୫ ଜଣ ଯାତ୍ରୀ ଥିଲେ।

ଦୁର୍ଘଟଣାଗ୍ରସ୍ତ ବସ୍

  • Published: Tuesday, 27 February 2024
  • , Updated: 27 February 2024, 02:31 PM IST

ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍। ଏଥିରେ ୧୫ ଜଣ ଆହତ ହୋଇଛନ୍ତି। କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଅନ୍ତର୍ଗତ ତରମାକାନ୍ତ-ତେନ୍ତୁଳିଖୁଣ୍ଟି ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। ସମସ୍ତ ଆହତଙ୍କୁ ବାଂଶପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। 

ଆଜି ଦିନ ପ୍ରାୟ ୧୦ଟା ସମୟରେ ବାଂଶପାଳ ବ୍ଲକ ଫୁଲଝରରୁ ‘ରାଧାମାଧବ’ ନାମକ ଯାତ୍ରୀବାହୀ ବସଟି ଯାତ୍ରୀମାନଙ୍କୁ ନେଇ ପାଲଲହଡ଼ା ଅଭିମୁଖେ ଯାଉଥିଲା। ତରମାକାନ୍ତ-ତେନ୍ତୁଳିଖୁଣ୍ଟି ରାସ୍ତାରେ ବସ୍‌ଟି ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ପୁଲିସ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ବାଂଶପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା। ୨ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କେନ୍ଦୁଝର ସ୍ଥାନାନ୍ତର କରାଯାଇଛି।

ବସ୍‌ରେ ୩୫ ଜଣ ଯାତ୍ରୀ ଥିଲେ। ପୁଲିସ ବସ୍‌କୁ ଜବତ କରି ଘଟଣାର ତଦନ୍ତ କରୁଛି। 

Related story