Advertisment

ଦୁଇ ଟ୍ରେନ ମଧ୍ୟରେ ମୁହାଁମୁହିଁ ଧକ୍କା, ଗଲାଣି ୧୫ ଜଣଙ୍କ ଜୀବନ

ଦୁର୍ଘଟଣା ପରେ ଲାଇନଚ୍ୟୁତ ସହ ଛିନଛତ୍ର ହୋଇ ଯାଇଥିବା ବଗି ମଧ୍ୟରେ ଅନେକ ଲୋକ ଫସି ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଚାଲିଛି। ତେଣୁ ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବାର ଆଶଙ୍କା ପ୍ରକାଶ ପାଇଛି।

author-image
Hemant Lenka
ଅଦ୍ୟତନ ହୋଇଛି
Train

Train

ଦୁଇଟି ଟ୍ରେନ ମଧ୍ୟରେ ହୋଇଛି ଭୟଙ୍କର ଦୁର୍ଘଟଣା। ଦୁଇଟି ଟ୍ରେନ ପରସ୍ପରକୁ ମୁହାଁମୁହିଁ ଧକ୍କା ଦେଇଛନ୍ତି। ଏଥିରେ ଏଯାଏ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆହତ ହୋଇଥିବା ୧୦୦ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Advertisment

ସେହିପରି ଦୁର୍ଘଟଣା ପରେ ଲାଇନଚ୍ୟୁତ ସହ ଛିନଛତ୍ର ହୋଇ ଯାଇଥିବା ବଗି ମଧ୍ୟରେ ଅନେକ ଲୋକ ଫସି ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଚାଲିଛି। ତେଣୁ ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବାର ଆଶଙ୍କା ପ୍ରକାଶ ପାଇଛି।

ବାଂଲାଦେଶର ପୂର୍ବପ୍ରାନ୍ତ ଭୈରବ ସହରରେ ଏପରି ଭୟଙ୍କର ଘଟଣା ଘଟିଛି। ଏଠାରେ ଗୋଟିଏ ମାଲ ଗାଡ଼ି ସାମ୍ନା ପଟୁ ଆସୁଥିବା ଯାତ୍ରୀବାହୀ ଟ୍ରେନକୁ ଧକ୍କା ଦେଇଛି। ଏଥିଯୋଗୁ ଯାତ୍ରୀବାହୀ ଟ୍ରେନର ଏକାଧିକ ବଗି ଲାଇନଚ୍ୟୁତ ହୋଇଯାଇଛି। ଖବର ପାଇ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଏବେ ଲାଇନଚ୍ୟୁତ ବଗି ମଧ୍ୟରେ ଫସି ରହିଥିବା ଲୋକଙ୍କୁ ସେମାନେ ଉଦ୍ଧାର କରିବାରେ ଲାଗିଛନ୍ତି।

Advertisment

ଜଣେ ପ୍ରଶାସନିକ ଅଧିକାରୀ କହିଛନ୍ତି, ଏଯାଏ ଦୁର୍ଘଟଣା ସ୍ଥଳରୁ ୧୫ ଜଣଙ୍କ ମୃତଦେହ ମିଳିଛି। ସେହିପରି ୧୦୦ରୁ ଅଧିକ ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନେକ ଲୋକ ବଗିଗୁଡ଼ିକରେ ଫସି ରହିଛନ୍ତି। ତେଣୁ ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବାର ଆଶଙ୍କା ରହିଛି।

କାରଣ ବଗି ତଳେ ଅନେକ ଲୋକ ପଡ଼ି ରହିଥିବା ଉଦ୍ଧାରକାରୀ ଦଳ ଦେଖିବାକୁ ପାଇଛନ୍ତି। ଲାଇନଚ୍ୟୁତ ବିଗ ଗୁଡ଼ିକୁ କଟା ଯାଇ ଲୋକଙ୍କୁ ବାହାରକୁ ଆଣିବା ପାଇଁ ପ୍ରୟାସ କରାଯାଉଥିବା ସେ ସୂଚନା ଦେଇଛନ୍ତି।

ତାଙ୍କ କହିବା କଥା ଯେ ସ୍ଥାନୀୟ ସମୟ ଅପରାହ୍ନ ୪ଟାରେ ଦୁର୍ଘଟଣା ଘଟିଥିଲା। ସିଗ୍ନାଲଗତ ତ୍ରୁଟି ଯୋଗୁ ଗୋଟିଏ ସମୟରେ ସମାନ ଟ୍ରାକରେ ଦୁଇଟି ଟ୍ରେନ ଆସି ଯାଇଥିଲେ। ତେଣୁ ଏତେ ବଡ଼ ଦୁର୍ଘଟଣା ଘଟିଛି।

Bangladesh Train Accident