Advertisment

୧୫୦ ଫୁଟ ତଳକୁ ଖସିଲା ତୀର୍ଥଯାତ୍ରୀ ବସ୍; ୨୧ ମୃତ, ୪୦ ଆହତ

ଜମ୍ମୁ କଶ୍ମୀରର ପ୍ରସିଦ୍ଧ ଶିବ ଖୋରି ମନ୍ଦିର ଦର୍ଶନ କରିବାକୁ ଯାଉଥିଲେ ୬୦ରୁ ଅଧିକ ଯାତ୍ରୀ।

author-image
Debibandita Barick
ଅଦ୍ୟତନ ହୋଇଛି
Accident Spot

Accident Spot

ଜମ୍ମୁ କଶ୍ମୀରରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୧୫୦ ଫୁଟ ତଳକୁ ଖସିପଡ଼ିଛି ତୀର୍ଥଯାତ୍ରୀ ବସ୍। ଏହି ଦୁର୍ଘଟଣାରେ ୨୧ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି।

Advertisment

ସୂଚନା ଅନୁସାରେ, ୬୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କୁ ନେଇ ଏକ ବସ୍ ରାଏସି ଜିଲ୍ଲାର ପ୍ରସିଦ୍ଧ ଶିବ ଖୋରି ମନ୍ଦିରକୁ ଯାଉଥିଲେ। ଯାତ୍ରୀମାନଙ୍କ ମଧ୍ୟରୁ ଅଧିକାଂଶ ଉତ୍ତରପ୍ରଦେଶ, ରାଜସ୍ଥାନ ଏବଂ ହରିୟାଣାର ତୀର୍ଥଯାତ୍ରୀ ଥିଲେ। ଅଖନୁରର ଏକ ଘାଟି ନିକଟରେ ବସଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଉଥିଲା।

କିନ୍ତୁ ପରବର୍ତ୍ତୀ ସମୟରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇ ୨୧ରେ ପହଞ୍ଚିଛି। ଖବର ପାଇ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ୪୦ ଜଣଙ୍କୁ ଉଦ୍ଧାର କରିଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଥିବାବେଳେ ସେମାନଙ୍କ ମଧ୍ୟରୁ କିଛି ଯାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି। 

Advertisment
Accident Bus Accident Jammu Bus Accident