ଦେଶୀ ମଦ ପିଇ ସ୍ଥିତି ଅସମ୍ଭାଳ; ୧୫ ଅସୁସ୍ଥ, ୨ ଗୁରୁତର

ଦେଶୀ ମଦ ପିଇବା ୧୫ରୁ ଅଧିକ ଜଣ ଅସୁସ୍ଥ ହୋଇ ପଡ଼ିଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁରର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଆମ୍ବୁଲାନ୍ସ ଯୋଗେ ଅସୁସ୍ଥଙ୍କୁ ମେଡିକାଲ ନିଆଯାଉଛି।

  • Published: Tuesday, 20 August 2024
  • , Updated: 20 August 2024, 08:02 AM IST

ଦେଶୀ ମଦ ପିଇବା ୧୫ରୁ ଅଧିକ ଜଣ ଅସୁସ୍ଥ ହୋଇ ପଡ଼ିଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁରର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏପରି ଏକ ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ଚିକିଟି କରବାଲୁଆ ଅଞ୍ଚଳରେ ଗତ କାଲି ଘଟିଛି ।

ସମସ୍ତ ଅସୁସ୍ଥ କରବାଲୁଆ ଗାଁର ବୋଲି ଜଣାଯାଇଛି। ଗତକାଲି ମାଉନ୍ଦପୁର ନିକଟରେ ବିକ୍ରି ହେଉଥିବା ଦେଶୀ ମଦ ସେମାନେ ପିଇଥିଲେ। ଏହାପରେ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ସମସ୍ତଙ୍କୁ ଚିକିଟି ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ତେବେ ଦେଶୀ ମଦ ପିଇବା ପରେ କାହିଁକି ଅସୁସ୍ଥ ହେଲେ ? ମଦ ଅପମିଶ୍ରିତ ଥିଲା ନା ଅନ୍ୟ କୌଣସି କାରଣ ? ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ। ଅବକାରୀ ବିଭାଗ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମାଉନ୍ଦପୁର, ଜେନାପୁର, କରବାଲୁଆ ଗାଁରେ ଛାନଭିନ୍ କରୁଛନ୍ତି। ଏହି ଘଟଣାରେ କାହାକୁ ଗିରଫ କରାଯାଇନି।

Related story