Advertisment

ସ୍କୁଲ୍‌ରେ ବଜ୍ରପାତ; ୧୬ ଛାତ୍ରଛାତ୍ରୀ ଆହତ

୧୬ ଜଣଙ୍କ ମଧ୍ୟରୁ ୧୫ ଜଣଙ୍କ ଅବସ୍ଥା ଭଲ ଥିବା ବେଳେ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ଅଦ୍ୟତନ ହୋଇଛି
Students

Students

Advertisment

କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ କୁଦାନଗରୀ ହାଇସ୍କୁଲରେ ବଜ୍ରପାତ ହେବାରୁ ୧୬ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୫ ଜଣ ଛାତ୍ରୀ ହୋଇଥିବା ବେଳେ ୨ ଜଣ ହେଉଛନ୍ତି ଛାତ୍ର। ୧୫ ଛାତ୍ରୀଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଛି। ତାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟମାନେ ପାଟକୁରା ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ସମସ୍ତଙ୍କ ଅବସ୍ଥା ଭଲ ଅଛି। 

Advertisment

ଏହି ସମସ୍ତ ଛାତ୍ରଛାତ୍ରୀମାନେ ଆଦର୍ଶ ବିଦ୍ୟାଳୟର। ସେମାନେ ଷଷ୍ଠ ଓ ସପ୍ତମ ଶ୍ରେଣୀରେ ପଢ଼ନ୍ତି। ବର୍ତ୍ତମାନ କୁଦାନଗରୀ ହାଇସ୍କୁଲରେ ଅସ୍ଥାୟୀ ଭାବେ ଚାଲିଛି ଏହି ଆଦର୍ଶ ବିଦ୍ୟାଳୟ।

ଆଜି ଅପରାହ୍ନରେ ଆଦର୍ଶ ବିଦ୍ୟାଳୟର ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କ ଶେଷ କ୍ଲାସ ଚାଲିଥିବା ବେଳେ ହଠାତ ବଜ୍ରପାତ ହୋଇଥିଲା। ପ୍ରଚଣ୍ଡ ଶବ୍ଦ ପରେ ସ୍କୁଲର ଲାଇନ କଟି ଯାଇଥିଲା। ଆଉ କେହି କିଛି ବୁଝିବା ପୂର୍ବରୁ ୧୬ ଜଣ ଛାତ୍ରଛାତ୍ରୀ ଅଚେତ ହୋଇ ପଡ଼ିଯାଇଥିଲେ। ଏହା ଜଣାପଡ଼ିବା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଅଚେତ ହୋଇପଡ଼ିଥିବା ଛାତ୍ରଛାତ୍ରୀଙ୍କୁ ତୁରନ୍ତ ପାଟକୁର ଡାକ୍ତରଖାନା ନିଆ ଯାଇଥିଲା।

Advertisment

ପାଟକୁରା ଡାକ୍ତରଖାନା ପକ୍ଷରୁ କୁହାଯାଇଛି ଯେ ୧୫ ଜଣ ଛାତ୍ରଛାତ୍ରୀ ଅବସ୍ଥା ଭଲ ଅଛି। ତେବେ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। 

Odisha Lightening
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe