Advertisment

ଭୁଶୁଡ଼ିଲା ନିର୍ମାଣାଧୀନ ରେଲୱେ ଓଭରବ୍ରିଜ୍‌, ଆଖି ବୁଜିଲେ ୧୭ ଶ୍ରମିକ

ଏହି ଅଘଟଣରେ ୧୭ ଶ୍ରମିକଙ୍କ ଜୀବନ ଘଟଣାସ୍ଥଳରେ ଚାଲି ଯାଇଥିବା ବେଳେ ମୃତକଙ୍କ ସଂଖ୍ୟା ବଢ଼ିବା ଆଶଙ୍କା ପ୍ରକାଶ ପାଉଛି।

Bridge Collapsed

Bridge Collapsed

Advertisment

ମିଜୋରାମରେ ଆଜି ଏକ ବଡ଼ ଅଘଟଣ ଘଟି ଚାଲି ଯାଇଛି ୧୭ ଶ୍ରମିକଙ୍କ ଜୀବନ । । ମିଜୋରାମର ରାଜଧାନୀ ଆଇଜୱାଲ ନିକଟ ସାଇରଙ୍ଗରେ ନିର୍ମାଣାଧୀନ ରେଲ୍‌ୱେ ଓଭର ବ୍ରିଜ୍‌ ଭୁଶୁଡ଼ିବା ଯୋଗୁ ଏତେ ବଡ଼ ଅଘଟଣ ଘଟିଛି। ଏହି ଅଘଟଣରେ ୧୭ ଶ୍ରମିକଙ୍କ ଜୀବନ ଘଟଣାସ୍ଥଳରେ ଚାଲି ଯାଇଥିବା ବେଳେ ମୃତକଙ୍କ ସଂଖ୍ୟା ବଢ଼ିବା ଆଶଙ୍କା ପ୍ରକାଶ ପାଉଛି।

Advertisment

ସୈରାଙ୍ଗରୁ ଆଇଜୋଲ ପର୍ଯ୍ୟନ୍ତ ରେଳ କନେକ୍ଟଭିଟି ବ୍ରିଜ ନିର୍ମାଣ କରାଯାଉଛି। ଏହି କାମରେ ଆଜି ପ୍ରାୟ ୪୦ରୁ ଅଧିକ ଶ୍ରମିକ ନିୟୋଜିତ ହୋଇଥିଲେ। ଶ୍ରମିକମାନେ କାମରେ ନିୟୋଜିତ ଥିବା ବେଳେ ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ହଠାତ୍‌ ବ୍ରିଜଟି ଭୁଶୁଡ଼ି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ଅକାଳରେ ୧୭ ଜୀବନ ଚାଲି ଯାଇଥିବା ବେଳେ ପୋଲ ତଳେ ବହୁ ଶ୍ରମିକ ଫଶି ରହିଥିବା ଆଶଙ୍କା କରାଯାଉଛି।

ଏହି ଅଘଟଣ ପାଇଁ ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରାମ ଥାଙ୍ଗା ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏଥିସହ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇବା ସହ ଆହତଙ୍କ ଆରୋଗ୍ୟ କାମନା କରିଛନ୍ତି । ପ୍ରଶାସନ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ସୂଚନା ଦେଇଛନ୍ତି।

Advertisment

ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରବର୍ଗଙ୍କ ପାଇଁ ୨ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ରାଶି ଓ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଲେଖାଏ ସହାୟତା ଘୋଷଣା କରିଛନ୍ତି।

ପ୍ରଧାନମନ୍ତ୍ରୀ ଟୁଇଟ କରି କହିଛନ୍ତି, ମିଜୋରାମ ଅଘଟଣ ଏକ ଶକ୍ତ ଧକ୍କା ସଦୃଶ। ପ୍ରିୟଜନଙ୍କୁ ହରାଇଥିବା ଲୋକଙ୍କ ପ୍ରତି ଗଭୀର ସମବେଦନା ଜଣାଉଛି। ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି। ପ୍ରଭାବିତ ଲୋକଙ୍କୁ ସବୁ ପ୍ରକା ସାହାଯ୍ୟ ଯୋଗାଇ ଦିଆଯାଉଥିବା ସେ ଟ୍ୱିଟ କରିଛନ୍ତି।

ଜଣେ ପୁଲିସ୍‌ ଅଧିକାରୀଙ୍କ ସୂଚନା ଅନୁସାରେ, ଏପର୍ଯ୍ୟନ୍ତ ମୋଟ ୧୭ଟି ମୃତଦେହ ଉଦ୍ଧାର କରାଯାଇଛି। ଏବେବି ଅନେକ ନିଖୋଜ ଅଛନ୍ତି। ଆଗକୁ ମୃତକଙ୍କ ସଂଖ୍ୟା ବଢ଼ିପାରେ। ଯେଉଁ ବ୍ରିଜ ଭାଙ୍ଗିଛି ତାହା ପୂର୍ବତନ ଅନେକ ରାଜ୍ୟର ରାଜଧାନୀକୁ ଯୋଡ଼ୁଥିବା ଭାରତୀୟ ରେଲୱେର ଅଂଶ ଥିଲା । ଗତ କିଛି ବର୍ଷ ହେବ ଏହି ବ୍ରିଜ କାମ ଚାଲିଛି। 

ପୂର୍ବତନ ସୀମାନ୍ତ ରେଲୱେ ମୁଖ୍ୟ ଜନସମ୍ପର୍କ ଅଧିକାରୀ ସବ୍ୟସାଚୀ ଡି କହିଛନ୍ତି, ଆମେ ଏ ପର୍ଯ୍ୟନ୍ତ ଦୁର୍ଘଟଣା ପଛର କାରଣ ସଠିକ ଭାବେ ଜାଣି ପାରିନୁ। ଏହାର ସତ୍ୟାସତ୍ୟ ଯାଞ୍ଚ କରାଯିବ । 

Deadbody Mizoram Bridge Collapse
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe