Advertisment

ପୋଖରୀ ଭିତରକୁ ଖସିଗଲା ବସ୍‌: ୧୭ ମୃତ, ୩୫ ଆହତ

ମୃତକଙ୍କ ମଧ୍ୟରେ ୭ ଜଣ ନାବାଳକ,ନାବାଳିକା ଓ ୫ ଜଣ ମହିଳା ଅଛନ୍ତି।

author-image
Jitendra Garnayak
ଅଦ୍ୟତନ ହୋଇଛି
Accident

Accident

ଏକ ବସ୍ ପୋଖରୀ ଭିତରକୁ ଖସିଯାଇ ଓଲଟି ପଡ଼ିବାରୁ ୧୭ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୩୫ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୭ ଜଣ ନାବାଳକ,ନାବାଳିକା ଓ ୫ ଜଣ ମହିଳା ଅଛନ୍ତି। ବାଂଲାଦେଶର ଝାଲକାଠିର ଛତ୍ରକଣ୍ଡାରେ ଶନିବାର (ଗତକାଲି) ଦିନ ପ୍ରାୟ ୧୦ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା।

Advertisment

ଝାଲକାଠି ପୁଲିସ କହିଛି, ବସ୍‌ଟି ଭଣ୍ଡାରିଆରୁ ବରିଶାଲ ଅଭିମୁଖେ ଯାଉଥିଲା। ଛତ୍ରକଣ୍ଡାରେ ବସ୍‌ଟି ଏକ ଅଟୋକୁ ସାଇଡ୍ ଦେବାକୁ ଯାଇ ଭାରସାମ୍ୟ ହରାଇଥିଲା ଓ ରାସ୍ତାକଡ଼ରେ ଥିବା ଏକ ପୋଖରୀ ଭିତରକୁ ଖସି ଯାଇ ଓଲଟି ପଡ଼ିଥିଲା। ବସ୍‌ର ବହୁଭାଗ ପାଣିରେ ବୁଡ଼ି ଯାଇଥିଲା। ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହେବା ମାତ୍ରେ ସ୍ଥାନୀୟ ଲୋକେ ପୁଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେବା ସହିତ ନିଜେ ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଥିଲେ। ତଥାପି ୧୩ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ଆଉ ୪ ଜଣ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ।

ଆହତମାନଙ୍କୁ ଝାଲକାଠି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବସ୍‌ଟିରେ ୬୦ରୁ ଅଧିକ ଲୋକେ ଥିଲେ ବୋଲି ସ୍ଥାନୀୟ ବାସିନ୍ଦାମାନେ କହିଛନ୍ତି।

Advertisment
Accident Road Accident