Advertisment

ରାଉରକେଲାରେ ମଧ୍ୟାହ୍ନରେ ପରେଡ୍‌! ୧୭ ଛାତ୍ରଛାତ୍ରୀ ଅସୁସ୍ଥ

ଦିନ ୧୨ଟା ବେଳେ ପରେଡ୍‌ ଚାଲିଥିବା ବେଳେ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡିଥିଲେ। ପ୍ରବଳ ଖରା ଓ ଗୁଳୁଗୁଳି ପାଇଁ ଏଭଳି ଘଟିଥିବା କୁହାଯାଉଛି।

RKL

RKL

Advertisment

ରାଉରକେଲା ସେକ୍ଟର-୨୨ରେ ପରେଡ୍‌ ବେଳେ ୧୭ ଛାତ୍ରଛାତ୍ରୀ ଆସୁସ୍ଥ ହୋଇଛନ୍ତି। ସମସ୍ତଙ୍କୁ ତୁରନ୍ତ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ଦିନ ୧୨ଟା ବେଳେ ପରେଡ୍‌ ଚାଲିଥିବା ବେଳେ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡିଥିଲେ। ପ୍ରବଳ ଖରା ଓ ଗୁଳୁଗୁଳି ପାଇଁ ଏଭଳି ଘଟିଥିବା କୁହାଯାଉଛି। ତେବେ ସକାଳେ ପରେଡ୍‌ ନକରି କାହିଁକି ଦିନ ୧୨ଟାରେ ପରେଡ୍‌ କରାଯାଉଥିଲା ବୋଲି ଅଭିଭାବକ ଅଭିଯୋଗ କରିଛନ୍ତି। ସେପଟେ ଏନେଇ ସ୍କୁଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳପାରିନି।

Advertisment

ସେପଟେ ଆଜି ମାନବିକତା ଦେଖାଇଲେ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା। ପରେଡ୍ ଚାଲିଥିବା ବେଳେ ଜଣେ ଛାତ୍ର ଅସୁସ୍ଥ ହୋଇ ତଳେ ପଡ଼ିଯାଇଥିଲେ। ପରେଡ୍‌ ମଝିରେ ମନ୍ତ୍ରୀ ଶ୍ରୀ ଜେନା ନିଜେ ଗାଡ଼ିରୁ ଓହ୍ଲାଇ ପିଲାଟିର ପାଦ ଘସି ଦେବା ସହ ମେଡିକାଲ ନେବା ପାଇଁ ପଠାଉଥିଲେ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଗଜପତି ପାରଳାଖେମୁଣ୍ଡିରେ।

ଗଜପତି ଷ୍ଟାଡିୟମ ପରିସରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ଚାଲିଥିବା ବେଳେ ଏଥିରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ମନ୍ତ୍ରୀ ବିଭୂତି ଭୂଷଣ ଜେନା। ପତାକା ଉତ୍ତୋଳନ ପରେ ମନ୍ତ୍ରୀ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରୁଥିଲେ। ଠିକ୍‌ ସେହି ସମୟରେ ଜଣେ ଛାତ୍ର ହଠାତ୍‌ ଅସୁସ୍ଥ ହୋଇ ତଳେ ପଡ଼ିଯାଇଥିଲେ। ଆଉ ଏହା ଦେଖି ମନ୍ତ୍ରୀ ତକ୍ଷଣାତ୍ ଗାଡ଼ିରୁ ଓହ୍ଲାଇ ଆସିଥିଲେ। ଅସୁସ୍ଥ ଛାତ୍ର ପାଖକୁ ଯାଇ ତା’ର ଭଲ ମନ୍ଦ ପଚାରି ବୁଝିଥିଲେ ମନ୍ତ୍ରୀ। ଖାଲି ସେତିକି ନୁହେଁ, ପିଲାଟିର ପାଦ ଘଷିଦେଇଥିଲେ ମନ୍ତ୍ରୀ। ତାଙ୍କୁ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଡକାଇ ମେଡିକାଲ ପଠାଇ ଦେଇଥିଲେ। ମନ୍ତ୍ରୀଙ୍କ ଏଭଳି କାମକୁ ସ୍ଥାନୀୟ ଲୋକେ ଖୁବ୍‌ ପ୍ରଶଂସା କରିଛନ୍ତି।

Advertisment
Rourkela Independence Day
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe