Advertisment

ଦ୍ରୁତଗତିରେ ଆସି ମହିଳାଙ୍କ ଉପରେ ଚଢ଼ିଗଲା କାର୍‌, ଚଳାଉଥିଲେ ନାବାଳକ: ଦେଖନ୍ତୁ ଭିଡିଓ

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ଘଟିଛି।

Accident

Accident

Advertisment

ସାମ୍ନାକୁ ଆସିଛି ଭୟଙ୍କର ଘଟଣାର ଛାତି ଥରା ଭିଡିଓ। ରାସ୍ତାର ବାମ ପାର୍ଶ୍ୱରେ ଚାଲି ଚାଲି ଯାଉଥିବା ଜଣେ ମହିଳାଙ୍କ ଜୀବନ ନେଇ ଯାଇଛି ଦ୍ରୁତଗାମୀ କାର। ମହିଳା ଜଣଙ୍କ ଚାଲି ଚାଲି କାମକୁ ଯାଉଥିବା ବେଳେ ପଛ ପଟୁ ଗୋଟିଏ ଦ୍ରୁତଗାମୀ କାର ତାଙ୍କ ଉପରେ ମାଡ଼ି ଯାଇଛି।

Advertisment

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ଘଟିଛି। ଗ୍ରେଟର ନୋଏଡାରେ ଏହି ଘଟଣା ଘଟିଥିବା ବେଳେ ସିସିଟିଭିରେ ପୂରା ଦୃଶ୍ୟ କଏଦ ହୋଇଛି। ସେହିପରି ଗାଡ଼ିଟିକୁ ଜଣେ ନାବାଳକ ଚଳାଉଥିବା ଜଣାପଡ଼ିବା ପରେ ପୁଲିସ୍‌ ତାଙ୍କୁ ହେପାଜତକୁ ନେଇଛି। 

ଗ୍ରେଟର ନୋଏଡାର ବିସରଖରୁ ଆସିଥିବା ସିସିଟିଭି ଫୁଟେଜରେ ଦେଖିବାକୁ ମିଳୁଛି ଯେ ଜଣେ ମହିଳା ରାସ୍ତାର ବାମ ପାର୍ଶ୍ୱରେ ସ୍ୱାଭାବିକ ଢଙ୍ଗରେ ଚାଲିଚାଲି ଯାଉଛନ୍ତି। ଏହି ସମୟରେ ଗୋଟିଏ ନାଲି ରଙ୍ଗର ଏସ୍‌ୟୁଭି ଦ୍ରୁତଗତିରେ କିଛି ଦୂରରୁ ଆସୁଛି। ପ୍ରଥମେ ଗାଡ଼ିଟି ଗୋଟିଏ ଟ୍ରାକ୍ଟରକୁ ଓଭର ଟେକ କରିଥିଲା।

Advertisment

ଓଭର ଟେକ କରିବା ବେଳେ କାର ଚଳକ ନିୟନ୍ତ୍ରଣ ହରାଇଥିଲେ। ଫଳରେ ଏହା ରାସ୍ତାର ବାମ ପଟୁ ମୋଡ଼ି ହୋଇଯାଇଥିଲା। ଏଥିସହ ଚାଲିଚାଲି ଯାଉଥିବା ମହିଳାଙ୍କୁ ପଛ ପଟୁ ଅତ୍ୟନ୍ତ କ୍ଷୀପ୍ର ଗତିରେ ଧକ୍କା ଦେଇଥିଲା। ଗାଡ଼ି ସହ ମହିଳା ଜଣଙ୍କ ନିକଟରେ ଥିବା ବିଦ୍ୟୁତ ଖୁଣ୍ଟରେ ପିଟି ହୋଇଯାଇଥିଲା। ଘଟଣା ସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଗାଡ଼ିର ସାମ୍ନା ପଟ ପୂରା ଛିନଛତ୍ର ହୋଇଯାଇଛି।

ପୁଲିସ୍‌ କହିଛି ଯେ ଘଟଣାଟି ବିସରଖର ସିଆରସି ସୋସାଇଟି ନିକଟରେ ଘଟିଛି। ଘଟଣା ପରେ ଗାଡ଼ି ଚଳକ ଜଣଙ୍କ ଫେରାର ହୋଇଯାଇଥିଲେ। ପରବର୍ତ୍ତୀ ଅବସ୍ଥାରେ ଗାଡ଼ି ଚାଳକ ଜଣଙ୍କ ୧୭ ବର୍ଷୀୟ ପିଲା ବୋଲି ଜଣାପଡ଼ିଥିଲା। ପୁଲିସ୍‌ ତାଙ୍କୁ ହେପାଜତକୁ ନେଇଛି।

ଘଟଣାରେ ୨୭ ବର୍ଷୀୟ ଶିଳ୍ପୀଙ୍କ ମୃତ୍ୟୁ ହୋଇଛି। ତାଙ୍କ ଘର ଉତ୍ତର ପ୍ରଦେଶ ହାରଦୋଇ ଜିଲ୍ଲାରେ। ଏଠାରେ ସେ ଶ୍ରମିକ ଭାବେ କାମ କରୁଥିଲେ। କାମକୁ ଯିବା ବେଳେ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି।

Uttar Pradesh Greater Noida
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe