ଏକ ବସ୍ ଓଲଟି ପଡ଼ିବାରୁ ୧୮ ଜଣ ଯାତ୍ରୀ ଆହତ ହୋଇଛନ୍ତି। କେନ୍ଦୁଝର ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଛି। ଆହତମାନଙ୍କୁ ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ମା’ ନାମକ ଏହି ବେସରକାରୀ ବସ୍ କେନ୍ଦୁଝରରୁ ତେଲକୋଇ ଦେଇ ରାଉରକେଲା ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍ଟି କାଞ୍ଜିପାଣି ଘାଟି ଓହ୍ଲାଇବା ସମୟରେ କୁସୁମ ଘାଟି ପରେ ଥିବା ବୁଲାଣିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।
Also Read
୧୮ ଆହତଙ୍କ ମଧ୍ୟରୁ ୧୬ ଜଣଙ୍କୁ ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଅନ୍ୟ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ସେମାନଙ୍କୁ କେନ୍ଦୁଝର ସ୍ଥାନାନ୍ତର କରାଯାଇଛି।
ଜଣେ ଯାତ୍ରୀଙ୍କ କହିବା ଅନୁଯାୟୀ ବ୍ରେକ୍ ଧରୁନି ବୋଲି ଡ୍ରାଇଭର କହିଥିଲେ। ତା’ ପରେ ବସ୍ ଓଲଟି ପଡ଼ିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ଆଖି ପିଛୁଳାକେ ଲାଗିଲା ନିଆଁ; ଜଳିଗଲା ସାବୁନ ଫ୍ୟାକ୍ଟ୍ରି
ପୁରୀ ମଙ୍ଗଳାଘାଟରେ ଥିବା ଏକ ସାବୁନ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଆଜି ମଧ୍ୟାହ୍ନ ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି।
Accident
ତେଜ ଆଗ୍ରୋ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ; ଜଳିଗଲା କୋଟିଏ ଟଙ୍କାର ସାମଗ୍ରୀ
ଆଜି ଭୋରରୁ ଫ୍ୟାକ୍ଟ୍ରିରେ ନିଆଁ ଲାଗିଯାଇଥିଲା।
Accident
ଜଳିଗଲା ଧାନ ଗଦା, ୧୩ ଏକର ଜମିର ଧାନ ଫସଲ ଭସ୍ମ
ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବା ବେଳକୁ ସେତେବଳେକୁ ସବୁ ପୋଡ଼ି ନଷ୍ଟ ହୋଇଯାଇଥିଲା।
Accident
ରଙ୍ଗରୁଟ ହେଲା କାଳ; ଜଣଙ୍କ ଜୀବନ ଗଲା, ଆଉ ଜଣେ ଗୁରୁତର
ରଙ୍ଗରୁଟରେ ଗାଡ଼ି ନେବାରୁ ଦୁର୍ଘଟଣା ଘଟି ଜଣଙ୍କ ଜୀବନ ଯାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଥିବା ଜଣାଯାଇଛି।
Accident
ଫାଟକରେ ଗଳି ଟ୍ରାକ୍ ଅତିକ୍ରମ କରୁଥିଲେ! ମାଡ଼ିଗଲା ଟ୍ରେନ୍, ୨ ମୃତ
ଟ୍ରେନ୍ ଆସୁଥିବାରୁ ରାତି ପ୍ରାୟ ୯ଟା ବେଳେ କଳୁଙ୍ଗା ରେଳ ଫାଟକ ପଡ଼ିଥିଲା। ଠିକ୍ ସେତିକି ବେଳେ ୫ ଜଣ ଯୁବକ ୩ଟି ବାଇକ୍ରେ ଆସିଥିଲେ। ଫାଟ୍କ ପଡ଼ିଥିବା ଦେଖି ସମସ୍ତେ ରେଳ ଫାଟକ ପାର୍ଶ୍ୱରେ ଗଳି ଟ୍ରାକ୍ ଅତିକ୍ରମ କରୁଥିଲେ।