Advertisment

ଔଷଧ ତିଆରି କମ୍ପାନୀରେ ବିସ୍ଫୋରଣ, ୧୮ ଜଣ ଗୁରୁତର

କମ୍ପାନୀରେ ଥିବା ଏକ ରିଆକ୍ଟର ବିସ୍ଫୋରଣ ଘଟିବାରୁ ୧୮ ଜଣ କର୍ମଚାରୀ ଆହତ ହୋଇଛନ୍ତି।

ଅଦ୍ୟତନ ହୋଇଛି
Escientia Company

Escientia Company

Advertisment

ଆନ୍ଧ୍ରପ୍ରଦେଶର ଅନାକାପଲ୍ଲେ ଜିଲ୍ଲାରେ ଥିବା ଏକ ଔଷଧ ତିଆରି କମ୍ପାନୀରେ ବିସ୍ଫୋରଣ ଘଟିଛି। ଏଥିରେ ୧୮ ଜଣ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି। ସମସ୍ତଙ୍କୁ ଏନଟିଆର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Advertisment

ସୂଚନା ଅନୁସାରେ ଆଜି ମଧ୍ୟାହ୍ନ ଆନ୍ଧ୍ରପ୍ରଦେଶ ଅଚ୍ୟୁତପୁରମ ସ୍ପେଶାଲ ଇକୋନୋମିକ ଜୋନରେ ଥିବା ଏସେନ୍ସିଆ ଫାର୍ମା କମ୍ପାନୀରେ ଏହି ବିସ୍ଫୋରଣ ଘଟିଛି। କମ୍ପାନୀରେ ଥିବା ଏକ ରିଆକ୍ଟର ବିସ୍ଫୋରଣ ଘଟିବାରୁ ୧୮ ଜଣ କର୍ମଚାରୀ ଆହତ ହୋଇଛନ୍ତି।

ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ସମସ୍ତଙ୍କୁ ଏନଟିଆର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Advertisment

ଜିଲ୍ଲାପାଳ ଏବଂ ପୁଲିସ ଅଧୀକ୍ଷକ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିଛନ୍ତି। ଖବର ଲେଖା ହେବା ସୁଦ୍ଧା କ୍ଷୟକ୍ଷତି ବାବଦରେ କୌଣସି ସୂଚନା ଦିଆଯାଇ ନଥିଲା।  

Explosion Andhra Pradesh Blast AP Pharma Company
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe