Advertisment

ଭୟଙ୍କର ସଡ଼କ ଦୁର୍ଘଟଣା: ଚାଲିଗଲା ୧୮ କାଉଡ଼ିଆଙ୍କ ଜୀବନ

ଗୋଟିଏ ବସ୍ ସହ ପିଟି ହୋଇଛି ସିଲିଣ୍ଡର ବୋଝେଇ ଟ୍ରକ୍‌। ଏଥିରେ ୧୮ ଜଣ କାଉଡ଼ିଆଙ୍କ ଜୀବନ ଯାଇଥିବା ବେଳେ ଅନ୍ୟ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି।

accident

accident

Advertisment

ଝାରଖଣ୍ଡର ଦେଓଗଡ଼ ଜିଲ୍ଲା ଜାମୁନିୟା ଗାଁ ନିକଟରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଗୋଟିଏ ବସ୍ ସହ ପିଟି ହୋଇଛି ସିଲିଣ୍ଡର ବୋଝେଇ ଟ୍ରକ୍‌। ଏଥିରେ ୧୮ ଜଣ କାଉଡ଼ିଆଙ୍କ ଜୀବନ ଯାଇଥିବା ବେଳେ ଅନ୍ୟ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି।

Advertisment

ବାବା ବୈଦାନାଥ ଧାମ ମନ୍ଦିରରେ ଶ୍ରାବଣ ମେଳାରେ ପବିତ୍ର ଜଳ ଢାଳିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁ ଯାଉଥିବା ବେଳେ ଏହି ଘଟଣା ଘଟିଛି। ଦୁର୍ଘଟଣାକୁ ନିଶ୍ଚିତ କରି ଦେଓଗଡ଼ ବିଜେପି ସାଂସଦ ନିଶିକାନ୍ତ ଦୁବେ କହିଛନ୍ତି ଯେ “ମୋ ଲୋକସଭା ନିର୍ବାଚନ ମଣ୍ଡଳୀ ଦେଓଗଡ଼ରେ ଶ୍ରାବଣ ମାସରେ ଚାଲିଥିବା କାଉଡ଼ିଆ ଯାତ୍ରା ବେଳେ ୧୮ ଜଣ ଶ୍ରଦ୍ଧାଳୁ ଜୀବନ ହରାଇଛନ୍ତି। ଗୋଟିଏ ବସ ଓ ଟ୍ରକ ଦୁର୍ଘଟଣା ଯୋଗୁ ଏପରି ଘଟଣା ଘଟିଛି। ଏହି ଦୁଃଖ ସମୟରେ ବାବା ବୈଦନାଥ ଜୀ ସେମାନଙ୍କ ପରିବାରକୁ ଶକ୍ତି ଦିଅନ୍ତୁ।”

ଦୁର୍ଘଟଣା ସ୍ଥଳଟି ମୋହନପୁର ବ୍ଲକ ଅଧୀନରେ ରହିଛି। ଜାମୁନିୟା ନଦୀ ନିକଟରେ ଏହା ରହିଥିବା ବେଳେ ଏଠାରେ ଗୋଟିଏ ପ୍ରସିଦ୍ଧ ଶିବ-ପାର୍ବତୀ ମନ୍ଦିର ଅଛି। ବସ୍‌ଟି ୩୫ ଜଣ ଶ୍ରଦ୍ଧାଳୁଙ୍କ ଧରି ଦେଓଗଡ଼ ଯାଉଥିଲା। ଶ୍ରଦ୍ଧାଳୁମାନେ ବାବା ବୈଦନାଥ ଧାମରେ ଜଳ ଢାଳିବାର ଥିଲା। କିନ୍ତୁ ଅଧା ବାଟରେ ବସ୍‌ ସହ ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକର ମୁହାଁମୁହିଁ ଧକ୍କା ହୋଇଥିଲା। ଟ୍ରକ ସହ ପିଟି ହେବା ପରେ ବସ୍‌ଟି ଗୋଟିଲ ଇଟା ଭାଟିକୁ ମଧ୍ୟ ଧକ୍କା ଦେଇଥିଲା। 

Advertisment

ଦୁର୍ଘଟଣେ ଏତେ ଭୟଙ୍କର ଥିଲା ଯେ ବସଟି ପୂରା ଛିନଛତ୍ର ହୋଇଯାଇଥିଲା। ଏହା ଭିତରେ ଥିବା ଲୋକମାନେ ପୂରା ଚାପି ହୋଇ କେବଳ ଚିତ୍କାର କରିଥିଲେ। ଏହାକୁ ପ୍ରଥମେ ସ୍ଥାନୀୟ ଲୋକ ଦେଖି ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଥିଲେ। ଏହାପରେ ପୁଲିସ୍‌, ଆମ୍ବୁଲାନ୍ସ ଓ ଏନଡିଆରଏଫ ଟିମ ଘଟଣା ସ୍ଥଳରେ ପହଞ୍ଚିଥିଲେ। ସେମାନେ ବେଶ କିଛି ସମୟ ଧରି ସଂଘର୍ଷ କରିବା ପରେ କ୍ଷତିଗ୍ରସ୍ତ ବସ୍‌ ଭିତରେ ଚାପି ହୋଇଥିବା ମୃତାହତ ଶ୍ରଦ୍ଧାଳୁଙ୍କୁ ବାହାର କରିଥିଲେ।

ସେମାନଙ୍କୁ ତୁରନ୍ତ ସ୍ଥାନୀୟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଦେଓଗଡ଼ ସଦର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଏବେ ବି ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ଏଯାଏ ମୃତାହତଙ୍କ ପରିଚୟ ମିଳିନାହିଁ। ପୁଲିସ୍‌ ଏବେ ଏହାର ଯାଞ୍ଚ କରୁଛି।

Accident Jharkhand
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe