Advertisment

ପାର୍ଟି ସାରି ଫେରୁଥିଲେ; କାର୍ ଧକ୍କାରେ ଯୁବକ-ଯୁବତୀ ମୃତ

ଶନିବାର ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଯୁବକ-ଯୁବତୀଙ୍କ ମୃତ୍ୟୁ ଘଟିଛି।

ଅଦ୍ୟତନ ହୋଇଛି
Accident Car

Accident Car

Advertisment

ଶନିବାର ବିଳମ୍ବିତ ରାତିରେ ପୁଣେର କଲ୍ୟାଣୀ ନାଗର ଅଞ୍ଚଳରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ବିଳାସପୂର୍ଣ୍ଣ କାର ଏକ ମୋଟରସାଇକେଲକୁ ଧକ୍କା ଦେବା ଫଳରେ ଯୁବକ-ଯୁବତୀଙ୍କ ମୃତ୍ୟୁ ଘଟିଛି।

Advertisment

ସୂଚନା ଅନୁସାରେ, କାର୍ ଚଳାଉଥିବା ଡ୍ରାଇଭର ୧୭ ବର୍ଷୀୟ ବେଦାନ୍ତ ଅଗ୍ରୱାଲ। ଗତକାଲି ବିଳମ୍ବିତ ରାତିରେ ସେ ଏକୁଟିଆ କାର୍ ନେଇ ଯାଉଥିବା ବେଳେ ଏକ ମଟୋରସାଇକେଲକୁ ଧକ୍କା ଦେଇଥିଲେ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ବାଇକ୍ ପଛରେ ବସିଥିବା ଯୁବତୀ କିଛି ଫୁଟ୍ ଉପରକୁ ଉଡିଯାଇ ଅନ୍ୟ ଏକ କାର୍ ଉପରେ ପଡିଥିଲେ। 

ସେହିପରି ବାଇକ୍ ଚାଳକଙ୍କ ଶରୀରରେ ମଧ୍ୟ ଗଭୀର ଆଘାତ ଲାଗିଥିଲା। ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ-ଯୁବତୀ ପାର୍ଟି ସାରି ଘରକୁ ଫେରୁଥିବା କୁହାଯାଉଛି।

Advertisment

ସେପଟେ ଧକ୍କା ଦେଇଥିବା କାରଟି ମହଙ୍ଗା ଓ ବିଳାସପୂର୍ଣ୍ଣ ପୋର୍ସେ କାର୍। କିନ୍ତୁ କାରରେ ନମ୍ବର ପ୍ଲେଟ୍ ନଥିବା ବେଳେ ଡ୍ରାଇଭିଂ କରୁଥିଲେ ଜଣେ ନାବାଳକ। ନାବାଳକ ଜଣକ ସ୍ତାନୀୟ ଅଞ୍ଚଳର ଜଣେ ବିଲ୍ଡରଙ୍କ ପୁଅ ବୋଲି କୁହାଯାଉଛି।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ନାବଳକଙ୍କୁ ଅଟକ ରଖି ପୁଲିସରେ ଜିମା ଦେଇଛନ୍ତି। ପୁଲିସ ମୃତଦେହ ଜବତ କରିବା ସହ ଚାଳକଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। 

Accident Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe