Advertisment

କୁହୁଡ଼ି ପାଇଁ ସିରିଜ୍ ଦୁର୍ଘଟଣା; ୨ ମୃତ, ୩୬ ଆହତ

କୁହୁଡ଼ି କାରଣରୁ ଦେଖାଯାଉନି ରାସ୍ତାଘାଟ।

author-image
Debibandita Barick
ଅଦ୍ୟତନ ହୋଇଛି
Accident

Accident

ନୋଏଡ଼ା ସମେତ ପଶ୍ଚିମ ଉତ୍ତରପ୍ରଦେଶର ବିଭିନ୍ନ ଅଞ୍ଚଳରେ ପ୍ରବଳ କୁହୁଡ଼ି କାରଣରୁ ବଡ଼ ଧରଣର ଦୁର୍ଘଟଣା ଘଟିଛି। ବିଭିନ୍ନ ସ୍ଥାନରେ ସିରିଜ ଦୁର୍ଘଟଣା ଘଟି ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୬ରୁ ଅଧିକ ଲୋକ ଆହତ ହୋଇଛନ୍ତି।

Advertisment

ସୂଚନା ଅନୁସାରେ, ଇଷ୍ଟର୍ଣ୍ଣ ପେରିଫେରାଲ୍ ଏକ୍ସପ୍ରେସୱେ ନିକଟରେ ଏକ ଟ୍ରକ୍ ପାର୍କିଂ କରି ଛିଡା ହୋଇଥିଲା। ଏହି ସମୟରେ ପାନିପତରୁ ମଥୁରା ଯାଉଥିବା ଏକ ବସ୍ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା। ପ୍ରବଳ କୁହୁଡ଼ି କାରଣରୁ ରାସ୍ତାଘାଟ କିଛି ଦେଖା ଯାଉନଥିବାରୁ ବସ୍ ଡ୍ରାଇଭର ଟ୍ରକକୁ ପଛ ପଟୁ ଧକ୍କା ଦେଇଥିଲେ।

ଫଳରେ ବସରେ ଥିବା ୧୨ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି।

Advertisment

ଅନ୍ୟପଟେ, ଆଗ୍ରା ନିକଟ ଫିରୋଜାବାଦରେ ମଧ୍ୟ ଏକ ଦୁର୍ଘଟଣା ଘଟିଛି। ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେର ନାସିରପୁର ନିକଟରେ କାର୍-ଟ୍ରକ୍ ଧକ୍କା ହୋଇଛି। ଏକ SUV କାର୍ ଟ୍ରକକୁ ଧକ୍କା ଦେବା ଫଳରେ ଅନ୍ୟ ଗାଡ଼ିମଧ୍ୟରେ ପରସ୍ପର ଧକ୍କା ହୋଇ ଏକାଧିକ ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

ବୁଲନ୍ଦସହରରେ ମଧ୍ୟ ବାଇକକୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ଧକ୍କା ଦେବା ଫଳରେ ଦୁଇ ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ଜାତୀୟ ରାଜପଥ-୩୪ରେ ଏହି ଦୁର୍ଘଟଣା ଘଟିଛି। ପ୍ରବଳ କୁହୁଡି କାରଣରୁ ଟ୍ରକ୍ ଡ୍ରାଇଭର ବାଇକକୁ ଦେଖି ନ ପାରିବାରୁ ଏହି ଦୁଃଖଦ ଘଟଣା ଘଟିଛି। 

Accident Smog Series Accident