Advertisment

୨ ବାଇକ୍‌ ମୁହାଁମୁହିଁ ଧକ୍କା: ଦୁଇ ମୃତ, ଜଣେ ଗୁରୁତର

ଦୁଇ ବାଇକ ଚାଳକଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅବସ୍ଥାରେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

ଅଦ୍ୟତନ ହୋଇଛି
Road accident

Road accident

Advertisment

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପୂର୍ତ୍ତ ବିଭାଗ ରାସ୍ତାର ଆଲୁଅଝରଣ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଦୁଇ ବାଇକ୍‌ ଚାଳକଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଅବସ୍ଥାରେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି ହୋଇଛନ୍ତି। 

Advertisment

ମୃତକ ଦ୍ୱୟ ହେଲେ ଆଘିରାଗୋଡ଼ା ଗ୍ରାମର ଶିବରାମ ବେହେରା ଓ ନୂଆ ମହୁଲି ଗ୍ରାମର ସାଗର ସାହୁ। ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କ ନାଁ କାହ୍ନା ସାହୁ।

ଶିବରାମ ବେହେରା ବାଇକରେ କାମାକ୍ଷାନଗରରୁ ନିଜ ଘରକୁ ଫେରୁଥିଲେ। ସେହି ସମୟରେ ବିପରୀତ ଦିଗରୁ ଅନ୍ୟ ଏକ ବାଇକ୍‌ରେ ସାଗର ସାହୁ ଓ କାହ୍ନା ସାହୁ ଆସୁଥିଲେ। ଆଲୁଅଝରଣ ଠାରେ ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ଦୁଇ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଛି। କାମାକ୍ଷାନଗର ଥାନା ପୁଲିସ୍ ଘଟଣାର ତଦନ୍ତ କରୁଛି। 

Advertisment
Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe