Advertisment

ସମୁଦ୍ର ମଝିରେ ଅଚଳ ହେଲା ଦୁଇଟି ବୋଟ୍‌, ଫସିଛନ୍ତି ୧୪ ମତ୍ସ୍ୟଜୀବୀ

ପାରାଦୀପ ମହାନଦୀ ମୁହାଣରେ ଫସିଛନ୍ତି ୧୪ ମତ୍ସ୍ୟଜୀବୀ । ଦୁଇଟି ମାଛଧରା ବୋଟ୍‌ ଅଚଳ ହୋଇଯିବାରୁ ଏମାନେ ମଝି ସମୁଦ୍ରରେ ଭାସୁଛନ୍ତି।

ଅଦ୍ୟତନ ହୋଇଛି
Boat in sea

Boat in sea

Advertisment

ସମଗ୍ର ରାଜ୍ୟରେ ଲଗାଣ ବର୍ଷା ଲାଗି ରହିଥିବା ବେଳେ ସମୁଦ୍ର ବି ଅଶାନ୍ତ ରହିଛି। ଏପରି ସ୍ଥିତିରେ ପାରାଦୀପ ମହାନଦୀ ମୁହାଣରେ ଫସିଛନ୍ତି ୧୪ ମତ୍ସ୍ୟଜୀବୀ । ଦୁଇଟି ମାଛଧରା ବୋଟ୍‌ ଅଚଳ ହୋଇଯିବାରୁ ଏମାନେ ମଝି ସମୁଦ୍ରରେ ଭାସୁଛନ୍ତି। ଆଜି ସକାଳୁ ଏପରି ସ୍ଥିତି ଉପୁଜିଥିବା ବେଳେ ସେମାନଙ୍କୁ ଉଦ୍ଧାର କରାଯାଇ ପାରି ନ ଥିବା ଜଣାଯାଇଛି।

Advertisment

ଆଜି ସକାଳେ ପ୍ରଥମେ ଏକ ମାଝଧରା ବୋଟ୍‌ ସମୁଦ୍ର ମଝିରେ ଅଚଳ ହୋଇ ଯାଇଥିଲା। ସୂଚନା ପାଇ ତୁରନ୍ତ ତାହାକୁ ଉଦ୍ଧାର କରିବାକୁ ଅନ୍ୟ ଏକ ବୋଟ୍‌ ସମୁଦ୍ର ମଝିକୁ ଯାଇଥିଲା। ମାତ୍ର ସମୁଦ୍ର ଅଶାନ୍ତ ଥିବାରୁ ବଡ଼ ବଡ଼ ଲହଡି ମାଡ଼ ହେଉଥିବାରୁ ତାହାର ବି ଇଞ୍ଜିନି ଖରାପ ହୋଇ ଯାଇଛି। ଫଳରେ ବୋଟ୍‌ ଦୁଇଟି ମଝି ସମୁଦ୍ରରେ ଭାସୁଥିବା ବେଳେ ସେଥିରେ ୧୪ ମତ୍ସ୍ୟଜୀବୀ ଭାସୁଛନ୍ତି।

ଖବର ପାଇ ତୁରନ୍ତ ସେମାନଙ୍କୁ ଉଦ୍ଧାର ପାଇଁ ପାରାଦୀପ ପୋର୍ଟ, ମେରାଇନ ପୁଲିସ୍‌ ଓ କୋଷ୍ଟଗାର୍ଡ ପକ୍ଷରୁ ମିଳିତ ଅପରେସନ ଆରମ୍ଭ ହୋଇଛି। ମତ୍ସଜୀବୀମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର ପାଇଁ ତୁରନ୍ତ ଦୁଇଟି ବୋଟ୍‌ ସମୁଦ୍ର ମଧ୍ୟକୁ ପଠାଯାଇଛି।

Advertisment

ସମସ୍ତ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ପ୍ରୟାସ ଚାଲିଥିବା ବେଳେ ରିପୋର୍ଟ ଲେଖା ହେବା ବେଳକୁ ଉଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ପାରି ନ ଥିବା ଜଣାଯାଇଛି। ତେବେ ଏନେଇ କାହାରି ପ୍ରତିକ୍ରିୟା ମିଳି ପାରିନି। 

Jagatsinghpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe