ପୋଖରୀରେ ବୁଡ଼ି ଚାଲିଗଲା ୨ ସଂପର୍କୀୟ ଭାଇଙ୍କ ଜୀବନ। ଏପରି ଦୁଃଖଦ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଏକତାଳି ଗାଁରେ। ଜଣଙ୍କ ବୟସ ୭ବର୍ଷ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ୮ବର୍ଷ ହୋଇଥିଲା ବୋଲି ଜଣାଯାଇଛି।
ଆଜି ବଡ଼ ଓଷା ଥିବାରୁ ମନ୍ଦିର ଯିବା ପାଇଁ ୨ ସଂପର୍କୀୟ ଭାଇ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ଅସାବଧାନ କାରଣରୁ ଉଭୟଙ୍କ ଗୋଡ଼ ଖସି ଯାଇଥିଲା। ଉଭୟ ପାଣିରେ ବୁଡ଼ି ଯାଇଥିଲେ।
Also Read
ବିଳମ୍ବିତ ସମୟ ପର୍ଯ୍ୟନ୍ତ ଭଭୟ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ, ହେଲେ ପାଇ ନଥିଲେ। ପରେ ଉଭୟଙ୍କୁ ଗାଁ ପୋଖରୀରୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଉଭୟଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ଟୋଲଗେଟ୍କୁ ଧକ୍କା ଦେଇ ଜଳିଗଲା କଣ୍ଟେନର, ଡ୍ରାଇଭର ଜୀବନ୍ତଦଗ୍ଧ
ଗତକାଲି ବିଳମ୍ବିତ ରାତିରେ କଣ୍ଟେନରଟି ପଶ୍ଚିମବଙ୍ଗରୁ ତାମିଲନାଡୁ ଯାଉଥିବା ବେଳେ ଘଟିଛି ଏହି ଦୁର୍ଘଟଣା।
Accident
ଏମିତି ଆସେ ମୃତ୍ୟୁ; ବାଲିଯାତ୍ରା ବୁଲିଲା ବେଳେ ଟଳିପଡ଼ିଲେ ଯୁବକ
ଗତକାଲି ପ୍ରମୋଦ ନିଜର ୪ ସାଙ୍ଗ ମାନଙ୍କ ସହ ବାଲିଯାତ୍ରା ଆସିଥିଲେ।
Accident
ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ପ୍ଲାଷ୍ଟିକ୍ ସ୍କ୍ରାପ୍ ଗୋଦାମ
ସର୍ଟ ସର୍କିଟରୁ ଏହି ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।