Advertisment

ଡଙ୍ଗା ଆଣିବା ପାଇଁ ପୋଖରୀକୁ ଯାଇ ବୁଡ଼ିଗଲେ ଦୁଇ ନାବାଳିକା

ଆଜି ଥିଲା କାର୍ତ୍ତିକ ପୂର୍ଣ୍ଣିମା। ତେଣୁ ସକାଳେ ସକାଳେ ବସ୍ତା ଥାନା ପଣିଶାପଡା ଗାଁର ଦିଲ୍ଲୀପ କୁମାର ଦାସ ଓ ମାନସ ନନ୍ଦଙ୍କ ପରିବାର ଲୋକ ଘର ପାର୍ଶ୍ୱ ପୋଖରୀରେ ଡଙ୍ଗା ଭସାଇଥିଲେ।

Child

Child

Advertisment

ଡଙ୍ଗା ଆଣିବା ପାଇଁ ପୋଖରୀକୁ ଯାଇ ବୁଡ଼ିଗଲେ ଦୁଇ ନାବାଳିକା। ଆଜି ମଧ୍ୟାହ୍ନରେ ଏପରି ଘଟଣା ବାଲେଶ୍ୱର ଜିଲ୍ଲା ବସ୍ତା ଅଞ୍ଚଳରେ ଘଟିଛି। ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

Advertisment

ଆଜି ଥିଲା କାର୍ତ୍ତିକ ପୂର୍ଣ୍ଣିମା। ତେଣୁ ସକାଳେ ସକାଳେ ବସ୍ତା ଥାନା ପଣିଶାପଡା ଗାଁର ଦିଲ୍ଲୀପ କୁମାର ଦାସ ଓ ମାନସ ନନ୍ଦଙ୍କ ପରିବାର ଲୋକ ଘର ପାର୍ଶ୍ୱ ପୋଖରୀରେ ଡଙ୍ଗା ଭସାଇଥିଲେ। ପରିବାର ଲୋକଙ୍କ ସହ ସେମାନଙ୍କ ଦୁଇ କୁନି ଝିଅ ମଧ୍ୟ ଡଙ୍ଗା ଭସାଇଥିଲେ। ଡଙ୍ଗା ଭସା ପରେ ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ ହୋଇଯାଇଥିଲେ। ଆଉ ଦୁଇ ସାଙ୍ଗ(୩ ଓ ୫ ବର୍ଷ) ଘର ପାଖ ପୋଖରୀ ନିକଟରେ ଖେଳୁଥିଲେ।

ମଧ୍ୟାହ୍ନରେ ପରିବାର ଲୋକ ଦୁଇ ଝିଅଙ୍କୁ ଖୋଜା ଖୋଜି କରିଥିଲେ। ହେଲେ ପାଇନଥିଲେ। ଅପରାହ୍ନରେ ଗାଁ ଲୋକେ ପୋଖରୀରେ ଜାଲ ପକାଇ ଖୋଜିଥିଲେ। ସେତେବେଳେ ଦୁଇ ସାଙ୍ଗଙ୍କୁ ପାଇଥିଲେ। ଉଭୟଙ୍କୁ ଉଦ୍ଧାର କରି ମେଡ଼ିକାଲ୍‌କୁ ନେଇଥିଲେ। ହେଲେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଡଙ୍ଗା ଆଣିବାକୁ ଯାଇଥିବା ପାଣିରେ ବୁଡି ଯାଇଥିବା ଅଭିଯୋଗ ହେଉଛି।

Advertisment

ରିପୋର୍ଟ-ଜଳେଶ୍ୱରରୁ ଅଜିତ କୁମାର ଦାସ

Balasore Kartika Purnima
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe