Advertisment

ପୁଣି ଟ୍ରେନ୍‌ ଟ୍ରାଜେଡି; ଟ୍ରାକରୁ ଖସିଲା ସୋହେଲ୍ ଦେବ୍ ଏକ୍ସପ୍ରେସ୍

ଦିଲ୍ଲୀର ଆନନ୍ଦ ବିହାର ଓ ଉତ୍ତରପ୍ରଦେଶର ଗାଜିପୁର ସହର ମଧ୍ୟରେ ଯାଉଥିବା ସୁହେଲଦେବ ଏକ୍ସପ୍ରେସ ଗତ ରାତି ପ୍ରାୟ ୯ଟାରେ ପ୍ରୟାଗରାଜ ଷ୍ଟେସନ ଛାଡ଼ିଥିଲା।

Train Accident

Train Accident

Advertisment

ପୁଣି ଟ୍ରାକରୁ ଖସିଲା ଟ୍ରେନ୍ । ଉତ୍ତରପ୍ରଦେଶ ପ୍ରୟାଗରାଜରେ ରେଳ ଧାରଣାରୁ ଖସିଛି ସୋହେଲ୍ ଦେବ୍ ଏକ୍ସପ୍ରେସ୍ । ଗାଜିପୁରରୁ ଆନନ୍ଦବିହାର ଅଭିମୁଖେ ଯାଉଥିବା ସୋହେଲ୍ ଦେବ ଏକ୍ସପ୍ରେସ୍ ଗତକାଲି ରାତିରେ ପ୍ରୟାଗରାଜ ଷ୍ଟେସନରୁ ଛାଡ଼ିବା ପରେ ଅଘଟଣ ଘଟିଛିା ତେବେ ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାଯାଇଛି।

Advertisment

ଦିଲ୍ଲୀର ଆନନ୍ଦ ବିହାର ଓ ଉତ୍ତରପ୍ରଦେଶର ଗାଜିପୁର ସହର ମଧ୍ୟରେ ଯାଉଥିବା ସୁହେଲଦେବ ଏକ୍ସପ୍ରେସ ଗତ ରାତି ପ୍ରାୟ ୯ଟାରେ ପ୍ରୟାଗରାଜ ଷ୍ଟେସନ ଛାଡ଼ିଥିଲା। କିଛି ବାଟ ଯିବା ପରେ ହଠାତ୍‌ ଇଞ୍ଜିନର ଚକ ଟ୍ରାକ୍ ତଳକୁ ଖସି ଯାଇଥିଲା। ଫଳରେ ଇଞ୍ଜିନ ପଛରେ ଥିବା ୨ଟି ବଗି ଟ୍ରାକ୍‌ ତଳକୁ ଖସି ଯାଇଥିଲା। ମାତ୍ର ଟ୍ରେନ୍ ସ୍ପିଡ୍ କମ ଥିବାରୁ ଏକ ବଡ଼ ଅଘଟଣ ବର୍ତ୍ତି ଯାଇଛିା ଏଥିରେ କେହି ମୃତାହତ ହୋଇନଥିବା ରେଲୱେ ପକ୍ଷରୁ ସୂଚନା ଦିଆଯାଇଛିା

ଏହି ଘଟଣା ଗତରାତି ୯ଟାରେ ଘଟିଥିବା ବେଳେ କିଛି ସମୟ ମଧ୍ୟରେ ଟ୍ରାକ୍‌ ମରାମତି କରି ପୁଣି ଟ୍ରେନ୍‌କୁ ଗତିପଥ ଅଭିମୁଖେ ଛଡ଼ା ଯାଇଥିଲା।

Advertisment

ଗତ ୨୯ ତାରିଖ ସନ୍ଧ୍ୟା ପ୍ରାୟ ୭ଟାରେ ଆନ୍ଧ୍ରର ଆଲମଣ୍ଡା ଷ୍ଟେସନର କିଛି  ପୂର୍ବରୁ ପଲାସା ପାସେଞ୍ଜର ଟ୍ରେନକୁ ବିଶାଖାପାଟଣା- ରାୟଗଡା ପାସେଞ୍ଜର ଟ୍ରେନ୍ ପଛ ପଟୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ପାସେଞ୍ଜର ଟ୍ରେନ୍‌ର ବଗି ଅନ୍ୟ ଟ୍ରାକ୍‌ରେ ପଡ଼ିଥିଲା। ସେହି ସମୟରେ ଆସୁଥିବା ମାଲ୍‌ବାହୀ ଟ୍ରେନ୍‌ଟି ପାସେଞ୍ଜରର ବଗିକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଲୋକ ପାଇଲଟ ଓ  ଗାର୍ଡଙ୍କ ସହ ୧୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ  ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଜଣ ଆହତ ହୋଇଥିଲେ। 

Train Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe