/odisha-reporter/media/post_attachments/uploadimage/library/16_9/16_9_0/IMAGE_1721967835.jpg)
Train derail
ଭୁବନେଶ୍ୱରରେ ଏକ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି। ଭୁବନେଶ୍ୱର ରେଳ ଷ୍ଟେସନ ଅତିକ୍ରମ ପରେ ଟ୍ରେନଟି ଲାଇନଚ୍ୟୁତ ହୋଇଥିବା ଜଣାଯାଇଛି। ଟ୍ରେନଟି ଲାଇନଚ୍ୟୁତ ହେବା ଯୋଗୁ କୌଣସି କ୍ଷୟକ୍ଷତି ହୋଇନଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।
Advertisment
ଆଜି ସକାଳେ ପ୍ରାୟ ୮ଟା ୪୦ ସମୟରେ ଏକ ମାଲବାହୀ ଟ୍ରେନଟି ଡାଉନ ଲାଇନ ଦେଇ କଟକ ଅଭିମୁଖେ ଯାଉଥିଲା। ବାଣୀବିହାର ଓ ମାଷ୍ଟରକ୍ୟାଣ୍ଟିନ ଷ୍ଟେସନ ମଝିରେ ଟ୍ରେନଟି ଲାଇନଚ୍ୟୁତ ହୋଇଥିଲା। ଟ୍ରେନର ଗୋଟିଏ ବଗି ଟ୍ରାକରୁ ଖସି ଯାଇଥିଲା। ଫଳରେ ସେହି ରୁଟ୍ରେ ଟ୍ରେନ ଚଳାଚଳା ପ୍ରଭାବିତ ହୋଇଛି। ରେଲୱେ ବିଭାଗର କର୍ମଚାରୀ ପହଞ୍ଚି ଟ୍ରାକ ମରାମତି କରୁଥିବା ଜଣାଯାଇଛି।
ମାଲବାହୀ ଟ୍ରେନଟି ଜିନ୍ଦଲ ଷ୍ଟିଲକୁ କଞ୍ଚାମାଲ ନେଇ ଯାଉଥିବା ବେଳେ ଲାଇନଚ୍ୟୁତ ହୋଇଥିବା ଜଣାଯାଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
