Advertisment

ଅଧାରେ ରହିଲା ଜଗା ଦର୍ଶନ; ବ୍ରିଜରୁ ୩୦ ଫୁଟ୍ ତଳକୁ ଖସିଲା ବୋଲେରୋ

ଗତକାଲି ବିଳମ୍ବିତ ରାତିରେ ଛତିଶଗଡର କିଛି ଲୋକ ବୋଲେରୋ ଯୋଗେ ପୁରୀ ଅଭିମୁଖେ ଯାଉଥିଲେ

author-image
Tapaswini Nayak
ଅଦ୍ୟତନ ହୋଇଛି
Road Accident

Road Accident

ଅଧା ରହିଲା ଜଗା ଦର୍ଶନ। ପୁରୀକୁ ଯିବା ନିମନ୍ତେ ଘରୁ ବାହାରିଥିବା ବେଳେ ବାଟରେ କିନ୍ତୁ ଘଟିଲା ଦୁର୍ଘଟଣା। ନିର୍ମାଣାଧୀନ ବ୍ରିଜରୁ ଭାରସାମ୍ୟ ହରାଇ ୩୦ରୁ ଖସିଲା ବୋଲେରୋ। ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ୧୦ ଜଣଙ୍କୁ ଗୁରୁତର ହୋଇଛନ୍ତି।

Advertisment

ସମ୍ବଲପୁର ଜିଲ୍ଲା ଯୁଜୁମୁରା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର ଝାଙ୍କରପାଲି ନିକଟରେ ଏହି ଦୁର୍ଘଟଣା ଘଟିଛି। ଗୁରୁତରମାନଙ୍କୁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତାହତଙ୍କ ପରିଚୟ ମିଳିନାହିଁ। 

ଗତକାଲି ବିଳମ୍ବିତ ରାତିରେ ଛତିଶଗଡର କିଛି ଲୋକ ବୋଲେରୋ ଯୋଗେ ପୁରୀ ଅଭିମୁଖେ ଯାଉଥିଲେ। ଭୁଲ ବଶତଃ ଗାଡ଼ିଟି ନିର୍ମାଣାଧୀନ ବ୍ରିଜ ଚଢ଼ିଯାଇ ୩୦ ଫୁଟ ଉଚ୍ଚତାରୁ ତଳକୁ ଖସି ପଡ଼ିଥିଲା। ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ପ୍ରଥମେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

Advertisment
Sambalpur Road Accident