Advertisment

କାନ୍ଥ ଭୁଶୁଡ଼ି ଚାଲିଗଲା ୨ ଜୀବନ

ଉଭୟଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।

author-image
Tapaswini Nayak
Hospital

Hospital

କାନ୍ଥ ପଡ଼ି ୨ ଜଣଙ୍କ ମୃତ୍ୟୁ ଘଟିଛି। ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅନ୍ତର୍ଗତ ବିଜାଡିହି ଠାରେ। ମୃତକ ଦ୍ୱୟ ହେଲେ ନମିତା ପଟେଲ ଓ ଲଳିତ ଦେହୁରୀ।

Advertisment

ଆଜି ସକାଳେ ନମିତା ନିଜ ଘରର ମାଟି କାନ୍ଥ ଭାଙ୍ଗିବା ପାଇଁ ଗାଁର ଲଳିତଙ୍କୁ ଡାକିଥିଲେ। ଲଳିତ କାନ୍ଥ ଭାଙ୍ଗୁଥିବା ବେଳେ ନମିତା ସେଠାରେ ଉପସ୍ଥିତ ଥିଲେ।  ଏହି ସମୟରେ କାନ୍ଥଟି ଉଭୟଙ୍କ ଉପରେ ଭୁଶୁଡ଼ି ପଡ଼ିଥିଲା। ଉଭୟ କାନ୍ଥ ତଳେ ଚାପି ହୋଇ ଯାଇଥିଲେ।  ପରିବାର ଲୋକେ ଉଭୟଙ୍କୁ ଉଦ୍ଧାର କରି କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

ଉଭୟଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି। କାନ୍ଥ ଦୁର୍ବଳ ଥିବାରୁ ଏପରି ଅଘଟଣ ଘଟିଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତି। 

Advertisment
Sambalpur