Advertisment

୨ ଜଣଙ୍କୁ ଶୁଣ୍ଢରେ ଉଠାଇ କଚାଡ଼ି ଦେଲା ଦନ୍ତା

ଗତ କିଛି ଦିନ ହେବ ବାରିପଦା ବନଖଣ୍ଡରରେ ହାତୀ ଉପଦ୍ରବ ଜାରି ରହିଛି।

author-image
Tapaswini Nayak
undefined

Elephant

୨ ଜଣଙ୍କୁ ଶୁଣ୍ଢରେ ଉଠାଇ କଚାଡ଼ି ଦେଲା ଦନ୍ତା। ବାରିପଦା ବନଖଣ୍ଡରେ ଦୁଇଟି ପୃଥକ ସ୍ଥାନରେ ହାତୀ ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି।ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ଥାନା ଅଞ୍ଚଳରେ ଦନ୍ତା ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ଜଣଙ୍କ ହେଲେ ସୋନପୁରିଆ ଗ୍ରାମର ରଘୁନାଥ ହେମ୍ବ୍ରମ।

Advertisment

ଆଜି ସକାଳେ ରଘୁନାଥ ଓ ତାଙ୍କର ଅନ୍ୟ ୨ସହଯୋଗୀ ନିଜ ଘର ବାରଣ୍ଡାରେ ଶୋଇଥିଲେ। ଏହି ସମୟରେ ହାତୀଟି ରଘୁନାଥଙ୍କୁ ଟେକି କଚାଡି ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ୨ଜଣ ମଧ୍ୟ ହାତୀ ଆକ୍ରମଣରେ ଆହତ ହୋଇଛନ୍ତି।

ସେହିପରି ମୋରଡ଼ା ଥାନା ଉଲିଡ଼ିହି ଗାଁରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣଙ୍କ ହେଲେ ସାକ୍ରା ହେମ୍ବ୍ରମ। ଆଜି ସକାଳେ ସାକ୍ରା ଘର ଦୁଆରେ ଝାଡ଼ୁ ମାରୁଥିଲେ। ଏହି ସମୟରେ ସେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ହାତୀଟି ତାଙ୍କୁ ଶୁଣ୍ଢରେ ଉଠାଇ କଚାଡି ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

Advertisment

ଗତ କିଛି ଦିନ ହେବ ବାରିପଦା ବନଖଣ୍ଡରରେ ହାତୀ ଉପଦ୍ରବ ଜାରି ରହିଛି। ଝାରଖଣ୍ଡ ଓ ପଶ୍ଚିମବଙ୍ଗ ଆଡୁ ଆସିଥିବା ହାତୀ ପଲ ଗାଁରେ ପଶି ବ୍ୟାପକ ଫସଲ ନଷ୍ଟ କରୁଛନ୍ତି। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି।

Corona Death Elephant Attack Baripada