Advertisment

ଗଛରେ ପିଟି ହେଲା ବାଇକ୍‌, ଚାଲିଗଲା ୨ ଜୀବନ

ଭୋର ପ୍ରାୟ ୪ଟା ବେଳେ ମେଟାକାନି ଛକରେ ଭାରସାମ୍ୟ ହରାଇ ଗାଡ଼ିଟି ରାସ୍ତା କଡ଼ରେ ଥିବା ଏକ ଗଛରେ ପିଟି ହୋଇ ଯାଇଥିଲା।

Accident

Accident

Advertisment

ସୋନପୁର - ସମ୍ବଲପୁର ରାସ୍ତାର ମେଟାକାନି ଛକରେ ଆଜି ଭୋରରୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ଆସୁଥିବା ଏକ ବାଇକ୍‌ ଏକ ଗଛରେ ପିଟି ହେବାରୁ ୨ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକଦ୍ୱୟ ହେଲେ ଉଲୁଣ୍ଡା ଥାନା ଢେଳେଇ ଗାଁର କାହ୍ନା ମିଶ୍ର ଏବଂ ଅନ୍ୟ ଜଣେ ହେଲେ ଆଇଁଲାଛାଟ ଗାଁର ଶୁଶାନ୍ତ ସାହୁ l

Advertisment

l ଉଭୟ ଯୁବକ ଏକ ବାଇକରେ ଆଜି ଭୋରରୁ ଘରକୁ ଫେରୁଥିଲେ। ମାତ୍ର ଭୋର ପ୍ରାୟ ୪ଟା ବେଳେ ମେଟାକାନି ଛକରେ ଭାରସାମ୍ୟ ହରାଇ ଗାଡ଼ିଟି ରାସ୍ତା କଡ଼ରେ ଥିବା ଏକ ଗଛରେ ପିଟି ହୋଇ ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡିଛି l

ଖବର ପାଇ ଉଲୁଣ୍ଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶଵ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତକଙ୍କ ପରିବାର ମେଡିକାଲରେ ପହଞ୍ଚିବା ପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

Advertisment
Accident Deadbody Subarnpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe