Advertisment

ପଛରୁ ପିଟି ଉପରେ ଚଢ଼ିଗଲା ଅଜଣା ଗାଡ଼ି, ଚାଲିଗଲା ଦୁଇ ଜୀବନ

ଏକ ଅଜଣା ଗାଡ଼ି ଧକ୍କାରେ ଘଟଣାସ୍ଥଳରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି।

ଅଦ୍ୟତନ ହୋଇଛି
Accident Spot

Accident Spot

Advertisment

ଯାଜପୁର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ବଡ଼ଚଣା ଓଭର ବ୍ରିଜ ନିକଟରେ ଆଜି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଅଜଣା ଗାଡ଼ି ଧକ୍କାରେ ଘଟଣାସ୍ଥଳରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି।

Advertisment

ଆଜି ସକାଳେ ଗୋଟିଏ ବାଇକରେ ଦୁଇ ଯୁବକ କଟକରୁ ଚଣ୍ଡିଖୋଲ ଅଭିମୁଖେ ଯାଉଥିଲେ। ମାତ୍ର ବଡ଼ଚଣା ଓଭର ବ୍ରିଜ ନିକଟରେ ପଛରୁ ଆସୁଥିବା ଏକ ଗାଡ଼ି ସେମାନଙ୍କୁ ଧକ୍କା ଦେଇଥିଲା। ଏହାପରେ ଗାଡ଼ିଟି ଦୁଇ ଜଣଙ୍କ ଉପରେ ଚଢ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା।

ଖବର ପାଇ ଘଟଣାସ୍ଥଳରେ ବଡ଼ଚଣା ପୁଲିସ୍‌ ପହଞ୍ଚି ମୃତଦେହଦ୍ୱୟକୁ ବ୍ୟବଚ୍ଛେଦ ପାଇଁ ବଡ଼ଚଣା ମେଡିକାଲକୁ ପଠାଇଛି। ସେମାନଙ୍କ ପରିଚୟ ମିଳି ପାରିନି। ଦୁର୍ଘଟଣା ଯୋଗୁ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଗାଡ଼ି ଚଳାଚଳ ବ୍ୟାହତ ହୋଇଥିଲା। ପୁଲିସ୍‌ ବୁଝୁଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା ଓ ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଥିଲା।

Advertisment

ଦୁର୍ଘଟଣା ଘଟାଇଥିବା ଗାଡ଼ିଟି ଘଟଣାସ୍ଥଳରୁ ଫେରାର ହୋଇ ଯାଇଛି। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି। 

Jajpur Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe