Advertisment

ପିଟି ଦେଲା ଅଜଣା ଗାଡ଼ି, ଚାଲିଗଲା ଦୁଇ ଜୀବନ

ମୃତକଦ୍ୱୟ ଆଜି ସକାଳେ ମାଲକାନଗିରିରୁ ନିଜ ଗାଁକୁ ଫେରୁଥିଲେ।

Accident

Accident

Advertisment

ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ Mv-96 ଗାଁ ନିକଟରେ ଆଜି ସକାଳୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଅଜଣା ଗାଡ଼ି ଧକ୍କାରେ ଆଖି ବୁଜିଛନ୍ତି ଦୁଇ ବାଇକ୍‌ ଆରୋହୀ। ମୃତକଦ୍ୱୟ ଇଡିକୋଣ୍ଡା ଗାଁର ବୋଲି ଜଣାଯାଇଛି। ତେବେ ସେମାନଙ୍କ ନାଁ ଜଣାପଡ଼ିନି।

Advertisment

ମୃତକଦ୍ୱୟ ଆଜି ସକାଳେ ମାଲକାନଗିରିରୁ ନିଜ ଗାଁକୁ ଫେରୁଥିଲେ। ମାତ୍ର Mv-96 ଗାଁ ନିକଟ ୩୨୬ ଜତୀୟ ରାଜପଥରେ ଏକ ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେଲା। ସ୍ଥାନୀୟ ଲୋକେ ତୁରନ୍ତ ଉଭୟଙ୍କୁ କାଲିମେଳା ମେଡିକାଲ ପଠାଇଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷିତ କରିଛି।

ଦୁର୍ଘଟଣା ଘଟାଇଥିବା ଗାଡ଼ିଟି ଘଟଣାସ୍ଥଳରୁ ଫେରାର ହୋଇ ଯାଇଛି। ଖବର ପାଇ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରୁଛି।

Advertisment
Road Accident Malkangiri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe