ବାଇକ୍‌କୁ ପିଟିଲା ହାଇୱା; ଚାଲିଗଲା ଦୁଇ ଜୀବନ

ଦ୍ରୁତ ଗତିରେ ଯାଉଥିବା ଏକ ହାଇୱା ଏକ ବାଇକ୍‌କୁ ପିଟିବାରୁ ୨ ବାଇକ୍‌ ଆରୋହୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି।

Accident

ଦୁର୍ଘଟଣାଗ୍ରସ୍ତ ବାଇକ୍‌।

Niharika Rout
  • Published: Thursday, 28 September 2023
  • Updated: 28 September 2023, 10:40 AM IST

ଜଗତସିଂହପୁର ଜିଲ୍ଲା ପାରାଦୀପ ରାସ୍ତାର ପନ୍ଦର ନମ୍ବର ଛକ ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ଯାଉଥିବା ଏକ ହାଇୱା ଏକ ବାଇକ୍‌କୁ ପିଟିବାରୁ ୨ ବାଇକ୍‌ ଆରୋହୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଘଟଣାସ୍ଥଲରୁ ହାଇୱା ଡ୍ରାଇଭର ନିଜ ଗାଡ଼ି ସହ ଫେରାର ହୋଇ ଯାଇଥିବା ବେଳେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

ମୃତକଦ୍ୱୟ ପ୍ରଭାକର ଭୋଳ ଓ ଜିତେନ୍ଦ୍ର ପାଳ ବୋଲି ଜଣାଯାଇଛି। ଉଭୟଙ୍କ ବୟସ ୪୦ରୁ ୪୫ ବର୍ଷ ମଧ୍ୟରେ ହେବ । ପ୍ରଭାକରଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ପାଟଳିପଙ୍କ ଗ୍ରାମରେ ହୋଇଥିବା ବେଳେ ଜିତେନ୍ଦ୍ରଙ୍କ ଘର ଛନ୍ଦାରୋମିତ ଗ୍ରାମରେ ବୋଲି ଜଣାପଡିଛି।

ଆଜି ସକାଳେ ଉଭୟ ପ୍ରଭାକର ଓ ଜିତେନ୍ଦ୍ର କୌଣସି କାମରେ ବାଇକ୍‌ ଯୋଗେ କୁଜଙ୍ଗ ଅଭିମୁଖେ ଯାଉଥିଲେ। ମାତ୍ର ପାରାଦୀପ ରାସ୍ତାର ପନ୍ଦର ନମ୍ବର ଛକ ନିକଟରେ ଏକ ହାଇୱା ବାଇକ୍‌କୁ ପିଟିଥିଲା। ଫଳରେ ଘଟଣାସ୍ଥଳରେ ଉଭୟ ପ୍ରଭାକର ଓ ଜିତେନ୍ଦ୍ର ଗୁରୁତର ହୋଇ ଛଟପଟ ହେଉଥିଲେ।

Also Read

ଏହାପରେ ଜଣେ ସାମାଜିକ କର୍ମୀ ପଙ୍କଜ ତରାଇ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

ଠିକ୍‌ ସମୟରେ ଉଭୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ହୁଏତ ବଞ୍ଚି ଯାଇଥାନ୍ତେ ବୋଲି କ୍ଷୋଭର ସହ କହିଛନ୍ତି ପଙ୍କଜ ତରାଇ । ମାତ୍ର କୌଣସି ଗାଡ଼ି ଅଟକି ଉଭୟଙ୍କୁ ମେଡିକାଲ ନେବା ରାଜି ନ ହେବାରୁ ଅକାଳରେ ଦୁଇ ଜୀବନ ଚାଲି ଯାଇଥିବା ସେ କହିଛନ୍ତି।

ଦୁର୍ଘଟଣା ଘଟାଇ ହାଇୱାଟି ଫେରାର ହୋଇ ଯାଇଥିବା ବେଳେ ପୁଲିସ୍‌ ଘଟଣାର ସନ୍ଧାନ ଆରମ୍ଭ କରିଛି। 

ରିପୋର୍ଟ - ପାରାଦୀପରୁ ରମାକାନ୍ତ ନାୟକ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story