Advertisment

ଟ୍ରକ୍‌କୁ ପିଟିଲା କାର୍; ୨ ମୃତ, ଜଣେ ଗୁରୁତର

ଗତକାଲି ବିଳମ୍ବିତ ରାତିରେ କାର୍‌ଟି କଟକରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲା।

ଅଦ୍ୟତନ ହୋଇଛି
Road accident

Road accident

Advertisment

ଭୁବନେଶ୍ୱର ସ୍ଥିତ ପାହାଳ ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତାକଡ଼ରେ ଠିଆ ହୋଇଥିବା ଟ୍ରକକୁ କାର୍‌ ଧକ୍କା ଦେବାରୁ ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି। ମୃତାହତଙ୍କ ଘର ଯାଜପୁର ଓ ଭଦ୍ରକର ବୋଲି ଜଣାଯାଇଛି। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।  

Advertisment

ଗତକାଲି ରାତି ୩ଟା ସମୟରେ  କାର୍‌ଟି କଟକରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲା। ଏହି ସମୟରେ ଟ୍ରକଟି ପାହାଳ ଛକ ନିକଟରେ ଥିବା ରାସ୍ତାକଡ଼ରେ ଠିଆ ହୋଇଥିଲା। କାରଟି ଦ୍ରୁତ ଗତିରେ ଆସି ଟ୍ରକକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଘଟଣାସ୍ଥଳରେ୨ ଜଣଙ୍କର ମୃତ୍ୟୁ ଘଟିଥିଲାବେଳେ ଜଣେ  ଗୁରୁତର ଆହତ ହୋଇଥିଲେ। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହାସହ ଦୁର୍ଘଟଣା ଗ୍ରସ୍ତ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି। ଦୁର୍ଘଟଣାରେ କାର୍‌ଟି ଭାଙ୍ଗିରୁଜି ନଷ୍ଟ ହୋଇଯାଇଛି। କାର୍‌ରେ ଚାଳକ ସମେତ ୩ଜଣ ଥିଲେ। କେଉଁ କାରଣ ପାଇଁ ଦୁର୍ଘଟଣା ଘଟିଲା ତାର କାରଣ ସ୍ପଷ୍ଟ ହୋଇନାହିଁ। 

Advertisment

ଗତକାଲି ମଧ୍ୟ ସମାନ ଘଟଣା ଘଟିଥିଲା। କେନ୍ଦୁଝର ଜିଲ୍ଲା NH ୨୦ ବାଲିଯୋଡ଼ି ନିକଟରେ ଏକ ଭ୍ୟାନ୍ ରାସ୍ତାକଡ଼ରେ ଠିଆ ହୋଇଥିବା ଟ୍ରକ୍‌କୁ ଧକ୍କା ଦେବା ଫଳରେ ୮ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଆହତ ହୋଇଥିଲେ। ରାସ୍ତାକଡ଼ରେ ଗାଡ଼ି ପାକିଂ କରିବା ଯୋଗୁ ଏପରି ମର୍ମନ୍ତୁଦ ଦୁର୍ଘଟଣା ଘଟୁଛି କୁହାଯାଉଛି।

Bhubaneswar Roadaccident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe