Advertisment

ରାସ୍ତାକଡ଼ରେ ଗାଡ଼ି ରଖି ଠିଆ ହୋଇଥିଲେ; ମାଡ଼ିଗଲା ଅଜଣା ଗାଡ଼ି

ଆଜି ସକାଳେ ୩ ଜଣ ବ୍ୟକ୍ତି ରାସ୍ତାକଡ଼ରେ ବୋଲେରୋ ରଖି ଠିଆ ହୋଇଥିଲେ।

Accident

Accident

Advertisment

ରାସ୍ତାକଡ଼ରେ ଗାଡ଼ି ରଖି ଠିଆ ହୋଇଥିଲେ। ୩ଜଣଙ୍କ ଉପରେ ମାଡ଼ିଗଲା ଅଜଣାଗାଡ଼ି। ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଆହତ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ବିଷ୍ଣୁଡ଼ିହି ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତାହତଙ୍କ ଘର ବିହାରର ବୋଲି ଜଣାଯାଛି।

Advertisment

ଆଜି ସକାଳେ ୩ ଜଣ ବ୍ୟକ୍ତି ରାସ୍ତାକଡ଼ରେ ବୋଲେରୋ ରଖି ଠିଆ ହୋଇଥିଲେ। ଏହି ସମୟରେ ଏକ ଅଜଣା ଗାଡ଼ି ଆସି ସେମାନଙ୍କୁ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକେ ୩ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ସେଠାରେ ଡାକ୍ତର ୨ ଜଣଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ୩ ଜଣ ବ୍ୟକ୍ତି ଗଜପତିରୁ ଫେରୁଥିବା ଜଣାଯାଇଛି। 

Advertisment
Road Accident Khodha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe