Advertisment

ବାଇକ-ଟ୍ୟାଙ୍କର ଧକ୍କା:୨ ମୃତ, ଗର୍ଭବତୀ ଗୁରୁତର

ମୃତାହତମାନେ ସାନ ବରୁହାଁ ଗାଁର। ସେମାନେ ବାଇକରେ ଡାକ୍ତରଖାନା ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା।

ଅଦ୍ୟତନ ହୋଇଛି
Patient

Patient

Advertisment

ଯାଜପୁର ଜିଲ୍ଲା ସଦର ଥାନା ବରୁହାଁ ଛକ ନିକଟରେ ଏକ ଟ୍ୟାଙ୍କର ଓ ବାଇକ୍ ମଧ୍ୟରେ ଧକ୍କା ହେବାରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗର୍ଭବତୀ ଆହତ ହୋଇଛି। ମୃତକଙ୍କ ମଧ୍ୟରୁ ଜଣେ ଯୁବକ ଓ ଅନ୍ୟ ଜଣେ ବୃଦ୍ଧା। ମୃତ ଯୁବକଙ୍କ ନାଁ ସୁଦର୍ଶନ ବେହେରା। ସେହିପରି ଆହତ ଗର୍ଭବତୀଙ୍କ ନାଁ ପୂର୍ଣ୍ଣିମା ବେହେରା। 

Advertisment

ମୃତାହତମାନେ ସାନ ବରୁହାଁ ଗାଁର। ସେମାନେ ବାଇକରେ ଯାଉଥିବା ବେଳେ ୨୦ ନମ୍ବର ଜାତୀୟ ରାଜପଥର ବରୁହାଁ ଛକ ନିକଟରେ ଦୁର୍ଘଟଣା ଘଟିଥିଲା। ଘଟଣାସ୍ଥଳରେ ବୃଦ୍ଧାଙ୍କର ମୃତ୍ୟୁ ଘଟିଥିଲା। ସୁଦର୍ଶନ ଓ ପୂର୍ଣ୍ଣିମାଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ସୁଦର୍ଶନଙ୍କର ମୃତ୍ୟୁ ଘଟିଥିଲା। ଗର୍ଭବତୀଙ୍କ ଅବସ୍ଥା ଗୁରୁତର ଥିବା ବେଳେ ତାଙ୍କୁ ଯାଜପୁର ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Accident Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe