କାର୍ ଓ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୨ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ବଲାଙ୍ଗିର ଜିଲ୍ଲା ସଇଁତଳା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୨୬ ମହଗାଁ ବ୍ରିଜ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତକ ଦ୍ୱୟଙ୍କ ପରିଚୟ ମିଳି ପାରିନାହିଁ।
ଗତ ବିଳମ୍ବିତ ରାତିରେ ଦୁଇ ଯୁବକ ଏକ ବାଇକ୍ ଯୋଗେ ବରଗାଁରୁ ବଲାଙ୍ଗିର ଅଭିମୁଖେ ଯାଉଥିଲେ। ଏହି ସମୟରେ ବୀପରିତ ଦିଗରୁ ଆସୁଥିବା କାର୍ ସହ ବାଇକର ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ୨ଜଣ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଛି। ହେଲେ ଦୁର୍ଘଟଣା ପରେ କାର୍ ଡ୍ରାଇଭର ଗାଡ଼ି ଛାଡ଼ି ଫେରାର ହୋଇଯାଇଛି।
Also Read
ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ପୁଲିସ ଦୁର୍ଘଟଣାଗ୍ରସ୍ତ କାର୍ ଓ ବାଇକକୁ ଜବତ କରି ଘଟଣାର ତଦନ୍ତ କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ଛିଡ଼ା ହୋଇଥିଲା ଟ୍ରକ୍, ପିଟିଦେଲା ଟ୍ରଲର
ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ ଟ୍ରକ୍କୁ ପଛପଟୁ ଧକ୍କା ଦେଲା ଟ୍ରଲର। ଏହି ଦୁର୍ଘଟଣାରେ ଟ୍ରଲର ଡ୍ରାଇଭର କ୍ୟାବିନରେ ଚାପି ହୋଇ ଗୁରୁତର ହୋଇଛନ୍ତି।
Accident
ସକାଳୁ ସକାଳୁ ନିଆଁ ପୋଉଁଥିଲେ ଦମ୍ପତି, ଜଳିଗଲେ ସ୍ୱାମୀ
ଅସାବଧାନତାବଶଃତ ହଠାତ୍ ସ୍ୱାମୀଙ୍କ ଶରୀରରେ ଲାଗିଗଲା ନିଆଁ। ଦେଖୁଦେଖୁ ହୁତୁହୁତୁ ହୋଇ ଜଳିବାକୁ ଲାଗିଲେ ସ୍ୱାମୀ।
Accident
ଗଛରେ ପିଟିହେଲା ବାଇକ୍, ଆଖି ବୁଜିଲେ ପିଜି ଛାତ୍ର
ୟୁନିଭରସିଟି ପରିସରରେ ଗଛରେ ପିଟିହେଲା ବାଇକ୍। ବାଇକ୍ରୁ ଛିଟିକି ପଡ଼ିଗଲେ ଛାତ୍ର। ଆଉ ଘଟଣାସ୍ଥଳରେ ଚାଲିଗଲା ଜୀବନ।
Accident
କାରକୁ ପିଟିଲା ହାଇୱା, ୨ ବିଜେପି କର୍ମୀଙ୍କ ମୃତ୍ୟୁ
ଦେବେନ୍ଦ୍ର ଓ ମୁରଲୀଧର କୌଣସି କାମରେ ଭୁବନେଶ୍ୱର ଯାଇଥିଲେ। ସେମାନେ ଟ୍ରେନ୍ ଯୋଗେ ସମ୍ବଲପୁର ଫେରିଥିଲେ। ସେଠାରୁ ଗାଁକୁ ଫେରିବା ପାଇଁ ସେମାନେ କାର ମଗାଇଥିଲେ।
Accident
ଧାନ ଅମଳ ମେସିନ୍ ଓଲଟି ପଡ଼ିଲା, ଦୁଇ ଭଉଣୀଙ୍କ ମୃତ୍ୟୁ
ଟ୍ରାକ୍ଟରରେ ଧାନ ଅମଳ ମେସିନ୍ ଲୋଡ୍ କରି ଏକ ଟ୍ରାକ୍ଟର ଯୋଡ଼ାବର ଅଞ୍ଚଳକୁ ଯାଇଥିଲା। ସେହି ଟ୍ରାକ୍ଟରରେ ବସିଥିଲେ ମାଝୀସାହିର ରାଜୁ ହାଂସଦାଙ୍କ ଝିଅ ଦୁଲାରୀ ହାଁସଦା ଓ ରାଣୀ ହାଁସଦା। ଟ୍ରାକ୍ଟରଟି ନାଳରେ ଓଲଟି ପଡ଼ିଥିଲା।