Advertisment

ଦୋକାନ ଉପରକୁ ମାଡିଗଲା ଡମ୍ପର; ଦମ୍ପତି ମୃତ

ଗତକାଲି ବିଳମ୍ବିତ ରାତିରେ ପଶ୍ଚିମବଙ୍ଗରୁ ଡମ୍ଫରଟି ଚିପ୍ସ ନେଇ ନେଇ ଆସୁଥିଲା।

Road Accident

Road Accident

Advertisment

ଭାରସାମ୍ୟ ହରାଇ ଦୋକାନ ଉପରକୁ ମାଡିଗଲା ଡମ୍ଫର। ଦୁର୍ଘଟଣାରେ ଦମ୍ପତିଙ୍କର ମୃତ୍ୟୁ ଘଟିଛି। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ଅନ୍ତର୍ଗତ ଆମ୍ବଳିଅଠା ଛକ ନିକଟରେ ଦୁର୍ଘଟଣା ଘଟିଛି। ମୃତ ଦମ୍ପତି ହେଲେ କାସିଡିହା ଗ୍ରାମର ସୁଧୀର ଜେନା ଓ ଗୀତାରାଣୀ ଜେନା।

Advertisment

ଗତକାଲି ବିଳମ୍ବିତ ରାତିରେ ପଶ୍ଚିମବଙ୍ଗରୁ ଡମ୍ଫରଟି ଚିପ୍ସ ନେଇ ନେଇ ଆସୁଥିଲା। ଆମ୍ବଳିଅଠା ଛକ ନିକଟରେ ଭାରସାମ୍ୟ ହରାଇ ଡମ୍ଫରଟି ଦୋକାନ ଉପରେ ମାଡ଼ି ଯାଇଥିଲା। ଏହି ସମୟରେ ଦୋକାନ ଭିତରେ ସୁଧୀର ଓ ତାଙ୍କ ସ୍ତ୍ରୀ ଶୋଇଥିଲେ।

ଡମ୍ପରଟି ତାଙ୍କ ଉପରେ ମାଡ଼ିଯାଇଥିଲା। ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ଘଟିଥିଲା। ପରେ ଡମ୍ଫରଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।  ଦୁର୍ଘଟଣା ପରେ ଟ୍ରକ୍‌ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଦୋକାନଟି ଦୁର୍ଘଟଣାରେ ଭାଙ୍ଗି ନଷ୍ଟ ହୋଇଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

Advertisment
Balasore Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe