/odisha-reporter/media/post_attachments/uploadimage/library/16_9/16_9_0/Accident_1706932348.jpg)
Accident
ବାଇକ୍କୁ ଧକ୍କା ଦେଇ ବିଲକୁ ପଶିଗଲା ବସ୍। ଦୁଇ ବାଇକ୍ ଆରୋହୀଙ୍କର ଚାଲିଗଲା ଜୀବନ। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ ଜନିଆ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତ ବାଇକ୍ ଆରୋହୀଙ୍କ ପରିଚୟ ମିଳିନାହିଁ।
Advertisment
ଗତକାଲି ବିଳମ୍ବିତ ରାତିରେ ବସଟି କେନ୍ଦ୍ରାପଡ଼ାରୁ ଯାତ୍ରୀଙ୍କୁ ନେଇ କଟକ ଅଭିମୁଖେ ଯାଉଥିଲା। ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ବାଇକକୁ ବସ୍ଟି ଧକ୍କା ଦେଇ ବିଲ ଭିତରକୁ ପଶି ଯାଇଥିଲା।
ଏହି ଦୁର୍ଘଟଣାରେ ଦୁଇ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଥିବା ବେଳେ ବସ୍ ଯାତ୍ରୀଙ୍କର କିଛି ହୋଇନାହିଁ। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ବସ୍କୁ ଜବତ କରି ତଦନ୍ତ କରୁଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
