Advertisment

ଏମିତି ବି ଆସେ ମୃତ୍ୟୁ; ଘରେ ଶୋଇଥିବା ବେଳେ ମା’ପୁଅଙ୍କ ଉପରେ ଚଢ଼ିଗଲା ଟ୍ରକ୍

ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଗାଡ଼ି ଛାଡ଼ି ଫେରାର ହୋଇଯାଇଥିଲା।

Road Accident

Road Accident

Advertisment

ଘରେ ଶୋଇଥିବା ବେଳେ ମା’ ୮ବର୍ଷର ପୁଅ ଉପରେ ମାଡ଼ିଗଲା ଟ୍ରକ୍। ଦୁର୍ଘଟଣାରେ ମା’ପୁଅଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ଢେଙ୍କନାଳ ଜିଲ୍ଲା ମହାବିରୋଡ ଥାନା ଅନ୍ତର୍ଗତ କୁଟୁରିଆ ଯାତ୍ରା ପଡ଼ିଆରେ। ମୃତକ ଦ୍ୱୟ ହେଲେ  ମା’ ରୁନୁ,ପ୍ରଧାନ ତାଙ୍କ ପୁଅ ଲିପୁ ପ୍ରଧାନ। ରୁନୁ ବୁଲା ବିକାଳୀଭାବେ କାମ କରନ୍ତି।

Advertisment

କୁଟୁରିଆ ଯାତ୍ରା ପଡ଼ିଆରେ କୁଡ଼ିଆ କରି ବୁଲା ବିକାଳୀମାନେ ରହୁଛନ୍ତି। ରୁନୁ ତାଙ୍କ ପୁଅ ସହ ସେଠାରେ ମଧ୍ୟ ରହୁଥିଲେ। ଗତକାଲି ବିଳମ୍ବିତ ରାତିରେ ଏକ ଟ୍ରକ୍ ଦ୍ରୁତ ଗତିରେ ଆସି ରୁନୁ ଓ ତାଙ୍କୁ ପୁଅ ଶୋଇଥିବା କୁଡ଼ିଆ ଉପରେ ଚଢ଼ିଯାଇଥିଲା। ଏହାସହ ରୁନୁଙ୍କ ଘର ପାଖରେ ଅନ୍ୟ ଜଣଙ୍କ କୁଡ଼ିଆ ଉପରେ ଟ୍ରକ୍‌ଟି ମଧ୍ୟ ମାଡ଼ି ଯାଇଥିଲା। ସୌଭାଗ୍ୟବଶଃତ କୁଡ଼ିଆରେ ଥିବା ୪ଜଣଙ୍କର କିଛି ହୋଇ ନଥିଲା।

ଦୁର୍ଘଟଣାରେ ରୁନୁ ଓ ତାଙ୍କ ପୁଅ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ମା’ପୁଅଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଗାଡ଼ି ଛାଡ଼ି ଫେରାର ହୋଇଯାଇଥିଲା। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

Roadaccident Dhenkanal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe