Advertisment

ଟ୍ରକ୍‌କୁ ଧକ୍କା ଦେଲା ବାଇକ୍, ରିଜର୍ଭ କନେଷ୍ଟବଲଙ୍କ ସମେତ ୨ ମୃତ

ମାଥିଲି ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

ଅଦ୍ୟତନ ହୋଇଛି
Dead

Dead

Advertisment

ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ପାଙ୍ଗାମ ଛକଠାରେ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍‌ ରାସ୍ତାକଡ଼ରେ ଠିଆ ହୋଇଥିବା ଟ୍ରକ୍‌କୁ ଧକ୍କା ଦେବାରୁ ଜଣଭ ରିଜର୍ଭ କନେଷ୍ଟବଲଙ୍କ ସମେତ୨ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ କନେଷ୍ଟବଲ ସୁନୀଲ ଚୌଧୁରୀ ଓ ଓ ରାଜେଶ ଭୂମିଆ। ଉଭୟଙ୍କ ଘର ପାଙ୍ଗାମ ଗ୍ରାମରେ।

Advertisment

ସୁନୀଲ ଓ ରାଜେଶ ଏକ ବାଇକ୍ ଯୋଗେ କୌଣସି କାମରେ ମାଥିଲି ଯାଇଥିଲେ। ସେଠାରୁ ରାତି ୧୦ଟା ବେଳେ ଘରକୁ ଫେରିଲା ବେଳେ ରାସ୍ତାକଡ଼ରେ ଠିଆ ହୋଇଥିବା ଟ୍ରକ୍‌କୁ ସେମାନଙ୍କ  ବାଇକ୍‌ ପଛରୁ ଧକ୍କା ଦେଇଥିଲା। ଦୁଇ ଜଣ ବାଇକ୍‌ରୁ ଛିଟିକି ତଳେ ପଡ଼ିଯାଇଥିଲେ। ସ୍ଥାନୀୟ ଲୋକେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମାଥିଲି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

ମାଥିଲି ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment
Malkangiri Odisha Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe