Advertisment

ଟ୍ରାଭେରାକୁ ଧକ୍କା ଦେଲା ଆଇରନ ବୋଝେଇ ଟ୍ରକ୍; ୨ ମୃତ

ପୁଲିସ ଦୁର୍ଘଟଣାଗ୍ରସ୍ତ ଟ୍ରାଭେରାରୁ୨ ଲକ୍ଷ ଟଙ୍କା ଜବତ କରିଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Road accident

Road accident

ପୁରୀ ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ଛତ୍ରଗଡ଼ ଛକରେ ଆଜି ଭୋର ସମୟରେ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରାଭେରାକୁ ଆଇରନ ବୋଝେଇ ଟ୍ରକ ପଛପଟୁ ଧକ୍କା ଦେବାରୁ ଡ୍ରାଇଭର ସମେତ ୨ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ ମିଳିନାହିଁ।

Advertisment

ଆଜି ଭୋର ସମୟରେ ଏକ ଟ୍ରଭେରା ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା। ଏହି ସମୟରେ ଏକ ଆଇରନ ବୋଝେଇ ଟ୍ରକ ଆସି ଟ୍ରାଭେରାକୁ ପଛପଟୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଟ୍ରାଭେରା ଡ୍ରାଇଭର ସମେତ ୨ ଜଣଙ୍କର ମୃତ୍ୟୁ ଘଟିଛି।

ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହା ସହ ଟ୍ରାଭେରାରୁ୨ ଲକ୍ଷ ଟଙ୍କା ପୁଲିସ ଜବତ କରିଛି ଓ ଘଟଣାର ତଦନ୍ତ କରୁଛି। ଦୁର୍ଘଟଣା ପରେ ଟ୍ରକ୍‌ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି।

Advertisment
Puri Road Accident