Advertisment

କୁହୁଡି ହେଲା କାଳ, ଦୁର୍ଘଟଣାରେ ଚାଲିଗଲା ୨ ବାଇକ୍ ଆରୋହୀଙ୍କ ଜୀବନ

ଆଜି ସକାଳେ ଏକ ବାଇକ୍‌ରେ ୨ଜଣ ବାଇକ୍ ଆରୋହୀ ଯିବା ବେଳେ ଭଣ୍ଡାରିଦଣ୍ଡାରେ ଗାଁ ରାସ୍ତାରେ ଦୁର୍ଘଟଣା ଘଟିଥିଲା।

ଅଦ୍ୟତନ ହୋଇଛି
Road Accident

Road Accident

Advertisment

ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ଦାସ ବିଦ୍ୟାଧରପୁର ପଞ୍ଚାୟତ ଭଣ୍ଡାରିଦଣ୍ଡାରେ ସଡ଼କ ଦୁର୍ଘଟଣା ଘଟିଛି। ଆଜି ସକାଳେ ଏକ ବାଇକ୍‌ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିବାରୁ ୨ଜଣ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଛି।

Advertisment

ମୃତକ ଦ୍ୱୟ ହେଲେ ଆଦିତ୍ୟ ପାଢ଼ୀ ଓ ଶୁଭରଞ୍ଜନ ସେନାପତି। ସେମାନଙ୍କ ଘର ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ଇନ୍ଦିପୁର ଗାଁରେ।

ଆଜି ସକାଳେ ଏକ ବାଇକ୍‌ରେ ୨ଜଣ ବାଇକ୍ ଆରୋହୀ ଯିବା ବେଳେ ଭଣ୍ଡାରିଦଣ୍ଡାରେ ଗାଁ ରାସ୍ତାରେ ଦୁର୍ଘଟଣା ଘଟିଥିଲା। ଗ୍ରାମବାସୀ ଦୁଇ ଜଣ ବାଇକ୍ ଆରୋହୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ।ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। କୁହୁଡି  କାରଣରୁ ଏହି ଦୁର୍ଘଟଣା ଘଟିଥିବା ସନ୍ଦେହ କରଯାଉଛି। 

Advertisment
Puri Roadaccident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe