Advertisment

ଶୌଚ ପାଇଁ ଯାଉଥିଲେ,୨ଜଣଙ୍କ ଉପରେ ମାଡ଼ିଗଲା ଅଜଣାଗାଡ଼ି

ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।

author-image
Tapaswini Nayak
Road Accident

Road Accident

ଶୌଚପାଇଁ ଯିବା ବେଳେ ଦୁଇ ଜଣ ବ୍ୟକ୍ତିଙ୍କ ଉପରେ ମାଡ଼ିଗଲା ଅଜଣା ଗାଡ଼ି। ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଆଜି ସକାଳେ
ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅନ୍ତର୍ଗତ ପାରୁଆଭାଡିଛକ ଠାରେ ଏହି ସଡ଼କ ଦୁର୍ଘଟଣା ଘଟିଛି। ମୃତକ ଦ୍ୱୟ ହେଲେ ପାରୁଆଭାଡିର ମୁକ୍ତେଶ୍ଵର  ପ୍ରଧାନ (୨୮) ଓ ଅନ୍ୟ ଜଣେ ହେଲେ ପଣ୍ଡରିକଟାର ଦଧି ଦର୍କା (୬୦) ବୋଲି ଜଣାପଡ଼ିଛି।

Advertisment

ଆଜି ସକାଳେ ମୁକ୍ତେଶ୍ଵର ଓ ଦଧି ଶୌଚ ହେବା ପାଇଁ ଚାଲି ଚାଲି ଯାଉଥିଲା। ଏହି ସମୟରେ ପାରୁଆଭାଡିଛକ ଠାରେ ଏକ ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ୨ଜଣଙ୍କର ମୃତ୍ୟୁ ଘଟିଥିଲା।

ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବିରେ ୨୪ ନମ୍ବର ରାଜ୍ୟ ରାଜପଥରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଘଟଣାସ୍ଥଳରେ କୁଚିଣ୍ଡା ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି।

Advertisment
Roadaccident Sambalpur