/odisha-reporter/media/post_attachments/uploadimage/library/16_9/16_9_0/Bolangir_1708059277.jpg)
Bolangir
ଦୁଇ ବାଇକ୍ ଆରୋହୀଙ୍କ ଉପରେ ମାଡ଼ିଗଲା ଅଜଣାଗାଡ଼ି। ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଛି। ବଲାଙ୍ଗିର-ସୋନପୁର ରାଜରାସ୍ତାର ମଳମୁଣ୍ଡା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତକ ହେଲେ ଖଗେଶ୍ୱର ଦୀପ ଓ ତାଲପାଲି ଗାଁର ସଚିକାନ୍ତ ନାଗ।
Advertisment
ଗତକାଲି ରାତିରେ ଖଗେଶ୍ୱର ଓ ସଚିକାନ୍ତ ଏକ ବାଇକରେ ବଲାଙ୍ଗିରରୁ ନିଜ ଗାଁକୁ ଫେରୁଥିଲେ। ମଳମୁଣ୍ଡା ଛକ ନିକଟରେ ବାଇକ୍ ରଖି ଉଭୟ ପରିସ୍ରା କରୁଥିଲେ। ଏହି ସମୟରେ ଏକ ଅଜଣା ଗାଡ଼ି ଆସି ସେମାନଙ୍କୁ ଧକ୍କା ଦେଇଥିଲା। ପରେ ଗାଡ଼ିଟି ଘଟଣାସ୍ଥଳରୁ ପଳାଇଯାଇଥିଲା।
ସ୍ଥାନୀୟ ଲୋକେ ଓ ପୁଇଁତଳା ପୁଲିସ ଉଭୟଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ସେଠାରେ ସେମାନଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ପୁଲିସ ଘଟଣାର ତଦନ୍ତ କରୁଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
