ଦୁଇ ବାଇକ୍ ଆରୋହୀଙ୍କ ଉପରେ ମାଡ଼ିଗଲା ଅଜଣାଗାଡ଼ି

ଗତକାଲି ରାତିରେ ଖଗେଶ୍ୱର ଓ ସଚିକାନ୍ତ ଏକ ବାଇକରେ ବଲାଙ୍ଗିରରୁ ନିଜ ଗାଁକୁ ଫେରୁଥିଲେ।

ମୃତକ ଦ୍ୱୟ

  • Published: Friday, 16 February 2024
  • , Updated: 16 February 2024, 10:33 AM IST

ଦୁଇ ବାଇକ୍ ଆରୋହୀଙ୍କ ଉପରେ ମାଡ଼ିଗଲା ଅଜଣାଗାଡ଼ି। ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଛି। ବଲାଙ୍ଗିର-ସୋନପୁର ରାଜରାସ୍ତାର ମଳମୁଣ୍ଡା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତକ ହେଲେ ଖଗେଶ୍ୱର ଦୀପ ଓ ତାଲପାଲି ଗାଁର ସଚିକାନ୍ତ ନାଗ।

ଗତକାଲି ରାତିରେ ଖଗେଶ୍ୱର ଓ ସଚିକାନ୍ତ ଏକ ବାଇକରେ ବଲାଙ୍ଗିରରୁ ନିଜ ଗାଁକୁ ଫେରୁଥିଲେ। ମଳମୁଣ୍ଡା ଛକ ନିକଟରେ ବାଇକ୍ ରଖି ଉଭୟ ପରିସ୍ରା କରୁଥିଲେ। ଏହି ସମୟରେ ଏକ ଅଜଣା ଗାଡ଼ି ଆସି  ସେମାନଙ୍କୁ ଧକ୍କା ଦେଇଥିଲା। ପରେ ଗାଡ଼ିଟି ଘଟଣାସ୍ଥଳରୁ ପଳାଇଯାଇଥିଲା।

ସ୍ଥାନୀୟ ଲୋକେ ଓ ପୁଇଁତଳା ପୁଲିସ ଉଭୟଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ସେଠାରେ ସେମାନଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ପୁଲିସ ଘଟଣାର ତଦନ୍ତ କରୁଛି।

Related story