Advertisment

ନାତିକୁ ଦେଖିବାକୁ ମେଡିକାଲ ଯାଉଥିଲେ; ଦମ୍ପତିଙ୍କ ଉପରେ ମାଡ଼ିଗଲା ଅଜଣାଗାଡ଼ି

ଦମ୍ପତିଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Road accident

Road accident

ନାତିର ଦେହ ଖରାପ ଥିବାରୁ ଡାକ୍ତରଖାନା ଦେଖିବାକୁ ଆସୁଥିଲେ ଅଜା, ଆଈ। ବାଟରେ ଅଜଣାଗାଡ଼ି ଧକ୍କାରେ ଚାଲିଗଲା ଦମ୍ପତିଙ୍କ ଜୀବନ। କଟକ ଜିଲ୍ଲା ପୁରୁଣାକଟକ-ସମ୍ବଲପୁର ରାସ୍ତା ଚିରୁଗୁଡ଼ିଆ ଶୀତଳଭଣ୍ଡାର ନିକଟରେ ଏହି ଦୁର୍ଘଟଣା ଘଟିଛି। ଉଭୟ ଦମ୍ପତି ଢେଙ୍କାନାଳ ସଦର ଥାନା ଝୁମ୍ପୁଡିଆ ଅଞ୍ଚଳର ବୋଲି ଜଣାଯାଇଛି।

Advertisment

ନାତିର ଦେହ ଖରାପ ଖବର ଶୁଣି ଆଜି ସକାଳେ ଦମ୍ପତି ଏକ ବାଇକ ଯୋଗେ ଆଠଗଡ ଡାକ୍ତରଖାନା ଆସୁଥିଲା। ଚିରୁଗୁଡ଼ିଆ ଶୀତଳଭଣ୍ଡାର ନିକଟରେ ସେମାନଙ୍କୁ ଅଜଣାଗାଡ଼ି ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଥିଲା।

ପୁଲିସ ମୃତଦେହୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ଦମ୍ପତିଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି। 

Advertisment
Cuttack Roadaccident