Advertisment

ଟ୍ରକ୍‌କୁ ପିଟିଲା ପରିବା ବୋଝେଇ ପିକଅପ୍‌ ଭ୍ୟାନ; ୨ ମୃତ

ଗତକାଲି ରାତିରେ ଏକ ପିକଅପ୍‌ ଭ୍ୟାନରେ ସୁମନ ଓ ଅଜିତ ପରିବା ନେଇ ଭଣ୍ଡାରୀବସାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା।

ଅଦ୍ୟତନ ହୋଇଛି
Accident

Accident

Advertisment

ଟ୍ରକ୍‌କୁ ପଛରୁ ପିଟିଲା ପରିବା ବୋଝେଇ ପିକଅପ୍‌ ଭ୍ୟାନ। ଦୁର୍ଘଟଣାରେ ପିକଅପ୍‌ ଭ୍ୟାନରେ ଥିବା ୨ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ପିତଳ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। 

Advertisment

ମୃତକ ଦ୍ୱୟ ହେଲେ ଧରାକୋଟ ଥାନା ଅନ୍ତର୍ଗତ ସୁନ୍ଦରାପଲ୍ଲୀ ଗ୍ରାମର ସୁମନ ଗନ୍ତାୟତ ଓ ସରଧାପୁର ଗ୍ରାମର ଅଜିତ ବାଡ଼ତ୍ୟା। ଆହତ ଡ୍ରାଇଭରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

ଗତକାଲି ରାତିରେ ଏକ ପିକଅପ୍‌ ଭ୍ୟାନରେ ସୁମନ ଓ ଅଜିତ ପରିବା ନେଇ ଭଣ୍ଡାରୀବସାରୁ ବ୍ରହ୍ମପୁର ଅଭିମୁଖେ ଆସୁଥିଲେ। ପିତଳ ଛକ ନିକଟରେ ଏକ ପିକଅପ୍‌ ଭ୍ୟାନଟି ଟ୍ରକ୍‌କୁ ଓଭରଟେକ୍ କରି ଯାଉଥିଲା। ଏହି ସମୟରେ ଭାରସାମ୍ୟ ହରାଇ ଟ୍ରକକୁ ପଛରୁ ଧକ୍କା ଦେଇଥିଲା ପିକଅପ୍‌ ଭ୍ୟାନ।  ଘଟଣାସ୍ଥଳରେ ସୁମନ ଓ ଅଜିତଙ୍କର ମୃତ୍ୟୁ ଘଟିଥିବା ବେଳେ ପିକଅପ୍‌ ଭ୍ୟାନର ଡ୍ରାଇଭର ଗୁରୁତର ଆହତ ହୋଇଥିଲେ। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।  

Advertisment
Ganjam Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe