Advertisment

ରାସ୍ତା ପାର ହେଉଥିଲେ; ୨ଜଣଙ୍କ ଉପରେ ମାଡ଼ିଗଲା ଟ୍ରକ୍‌

୨ ଜଣଙ୍କୁ ଧକ୍କା ଦେଇ ୫୦୦ ମିଟର ଘୋଷାଡ଼ି ନେଲା।

Accident

Accident

Advertisment

ଭୁବନେଶ୍ୱର ସ୍ଥିତ ପଳାଶୁଣି ଛକରେ ମର୍ମନ୍ତୁଦ ସଡ଼କ ଆଜି ସକାଳେ ଦୁର୍ଘଟଣା ଘଟିଛି। ରାସ୍ତା ପାରି ହେଉଥିବା ବେଳେ ୨ଜଣଙ୍କ ଉପରେ ମାଡ଼ିଗଲା ଟ୍ରକ୍‌। ପରେ ଟ୍ରକ୍‌ଟି ସେମାନଙ୍କୁ ଧକ୍କା ଦେଇ ୫୦୦ ମିଟର ଘୋଷାଡ଼ି ନେଇଥିବା ଜଣାପଡ଼ିଛି।

Advertisment

ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣେ ମହିଳା ହୋଇଥିବା ବେଳେ ଅନ୍ୟ ଜଣେ ପୁରୁଷ ବୋଲି ଜଣାପଡ଼ିଛି। ସେମାନଙ୍କ ପରିଚୟ ମଳିନାହିଁ।

ଆଜି ସକାଳେ ପୁରୁଷ ଓ ମହିଳା ଜଣଙ୍କ ପଳାଶୁଣି ଛକରେ ରାସ୍ତାପାର ହେଉଥିଲେ। ଏହି ସମୟରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଆସୁଥିବା ଏକ ଟ୍ରକ୍ ଦ୍ରୁତ ଗତିରେ ଆସି ଉଭୟଙ୍କୁ ଧକ୍କା ଦେଇଥିଲା। ପରେ ୫୦୦ ମିଟର ବାଟ ଘୋଷାଡି ନେଇଥିଲା।

Advertisment

ସ୍ଥାନୀୟ ଲୋକେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତରସେମାନଙ୍କୁ ମୃତ ଘୋଷଣା କରିଥିଲେ। ମଞ୍ଚେଶ୍ୱରେ ଥାନା ପୁଲିସ ପହଞ୍ଚି ମୃତଦେହକୁ ଜବତ କରି କ୍ୟାପିଟାଲ ହସପିଟାଲକୁ ପଠାଇଛିସ ଓ ଘଟଣା ତଦନ୍ତ କରୁଛି।

Road Accident Bhubaneswar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe