ବିବାହ ଭୋଜିରୁ ଫେରୁଥିଲେ ୪ ସାଙ୍ଗ; ମାଡ଼ିଗଲା ଅଜଣା ଗାଡ଼ି

ପୁଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

Representational Image

  • Published: Tuesday, 11 June 2024
  • , Updated: 11 June 2024, 08:10 AM IST

ବାଇକ ଆରୋହୀଙ୍କ ଉପରେ ମାଡ଼ିଗଲା ଅଜଣା ଗାଡ଼ି। ଦୁର୍ଘଟଣାରେ୨ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ନୂଆପଡ଼ା ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ଜାମଖୁଣ୍ଟା ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତକ ହେଲେ ନରେଶ ମାଝି ଓ ତାଙ୍କର ଜଣେ ସଂପର୍କୀୟ। ଆହତ କଦମ ମାଝି ଓ ଘନଶ୍ୟାମ ମାଝିଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି।

ଗତକାଲି ରାତିରେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍ ଜାମ ଖୁଣ୍ଟା ଗ୍ରାମ ପଞ୍ଚାୟତର କାଲକୁଟ ଗ୍ରାମର ବିବାହ ଭୋଜି ଥିଲା। ନରେଶ, କଦମ, ଘନଶ୍ୟାମ ଓ ତାଙ୍କର ଜଣେ ସଂପର୍କୀୟ ବିବାହ ଭୋଜିରେ ଯୋଗ ଦେଇ ଏକ ବାଇକ୍‌ରେ ଘରକୁ ଫେରୁଥିଲେ। ଜାମଖୁଣ୍ଟା ଗାଁ ନିକଟରେ ସେମାନଙ୍କୁ ଅଜଣା ଗାଡ଼ି ଧକ୍କା ଦେଇଥିଲା। ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି।

ପୁଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

Related story