Accident
ଭାରସାମ୍ୟ ହରାଇ ଘାଟିରୁ ୨୦ ଫୁଟ୍ ତଳକୁ ଖସିଲା ପିକ୍ଅପ୍ ଭ୍ୟାନ। ଦୁର୍ଘଟଣାରେ ୨ଜଣ ମହିଳା ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଗୁରୁତର ଆହତ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଅନ୍ତର୍ଗତ ଉସତାଲି ଘାଟିରେ ଏହି ଦୁର୍ଘଟଣା ଘଛି। ମୃତକଙ୍କ ପରିଚୟ ମିଳିନାହିଁ। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
Advertisment
ଆଜି ସକାଳେ ଶ୍ରମିକମାନେ ପିକ୍ଅପ୍ ଭ୍ୟାନରେ ହେମଗିରିରୁ ଡୁଡୁକା ଅଭିମୁଖେ ଯାଉଥିଲେ। ଏହି ସମୟରେ ହେମଗିରି ଥାନା ଉସତାଲି ଘାଟିରେ ଗାଡ଼ିଟି ଭାରସାମ୍ୟ ହରାଇ ୨୦ ଫୁଟ ତଳକୁ ଖସିପଡ଼ିଥିଲା।
ଦୁର୍ଘଟଣାରେ ୨ଜଣ ମହିଳା ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ୫ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗାଡ଼ିରେ ୭ରୁ ଅଧିକ ଶ୍ରମିକ ଥିଲେ। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
