Advertisment

ସୁବର୍ଣ୍ଣରେଖା କେନାଲକୁ ଖସିଲା ମାଲ ବୋଝେଇ ଟ୍ରକ୍; ୨ମୃତ

ବେପାରୁଆ ଗାଡ଼ି ଚାଳନା ଯୋଗୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।

ଅଦ୍ୟତନ ହୋଇଛି
Road accident

Road accident

Advertisment

ଭାରସ୍ୟାମ ହରାଇ ସୁବର୍ଣ୍ଣରେଖା କେନାଲ ଭିତରକୁ ଖସିଲା ମାଲ ବୋଝେଇ ଟ୍ରକ। ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ଘଟିଛି। ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଜଗନ୍ନାଥଖୁଣ୍ଟା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତକ ଦ୍ୱୟ ହେଲେ ଟ୍ରକ୍ ଡ୍ରାଇଭର ଓ ହେଲପର। ସେମାନଙ୍କ ଘର ଆନ୍ଧ୍ରପ୍ରଦେଶରର ହୋଇଥିବା ଜଣାପଡ଼ିଛି।

Advertisment

ଗତକାଲି ବିଳମ୍ବିତ ରାତିରେ ପ୍ଲାଇ ବୋଡ ବୋଝେଇ ଟ୍ରକଟି ଆନ୍ଧ୍ରରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିଲା। ଜଗନ୍ନାଥଖୁଣ୍ଟା ଛକ ନିକଟରେ ଟ୍ରକଟି ଭାରସାମ୍ୟ ହରାଇ ୨୦ଫୁଟ୍ ତଳ ସୁବର୍ଣ୍ଣରେଖା କେନାଲ ଭିତରକୁ ଖସି ପଡ଼ିଥିଲା। ଗାଡ଼ି ଭିତରେ ଚାପି ହୋଇ ଟ୍ରକର ଡ୍ରାଇଭର ଓ ହେଲପରଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।

ବାଙ୍ଗିରିପୋଷି ଅଗ୍ନିଶମ ବିଭାଗ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକର କିଛି ଅଂଶ କଟର ସାହାଯ୍ୟରେ କାଟି ଦୁଇଟି ମୃତ ଶରୀରକୁ ବାହାର କରିଥିଲେ। ପରେ ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ବେପାରୁଆ ଗାଡ଼ି ଚାଳନା ଯୋଗୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।

Advertisment
Baripada Roadaccident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe