/odisha-reporter/media/post_attachments/uploadimage/library/16_9/16_9_0/IMAGE_1711507700.jpg)
Road Accident
ବାଇକ୍ ଆରୋହୀଙ୍କ ଉପରେ ମାଡ଼ିଗଲା OSRTC ବସ୍। ଦୁର୍ଘଟଣାରେ ୨ଜଣ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଛି। ବଲାଙ୍ଗିର ସୋନପୁର ରାସ୍ତାର ଭଦ୍ରାପାଲି ଛକ ନିକଟରେ ଆଜି ଭୋର ସମୟରେ ଏହି ଦୁର୍ଘଟଣା ଘଟିଛି। ମୃତକ ଦ୍ୱୟଙ୍କର ପରିଚୟ ମିଳିନାହିଁ।
Advertisment
ଆଜି ଭୋର ସମୟରେ OSRTC ବସ୍ଟି ଫୁଲବାଣୀରୁ ବଲାଙ୍ଗିର ଅଭିମୁଖେ ଯାଉଥିଲା। ଭଦ୍ରାପାଲି ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ବାଇକ୍ ଆରୋହୀଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ୨ ଜଣ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଥିଲା।
ପୁଇଁତଳା ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହାସହ OSRTC ବସ୍ ଓ ତା’ର ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
